ପଥ ମହୋତ୍ସବ ଓ ଶ୍ରେଷ୍ଠ ହିଞିଳିକାଟୁ ପ୍ରସ୍ତୁତି ବୈଠକ

0
324

 

ହିଞିଳିକାଟୁ ୩/୧/୨୦(ପ୍ରିୟବ୍ରତ ପଣ୍ଡା)-ସ୍ଥାନୀୟ ପୋୖର ପରିଷଦ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ହିଞିଳିକାଟୁ ଅଞ୍ଚଳରେ ହେବାକୁ ଥିବା ଶ୍ରେଷ୍ଠ ହିଞିଳିକାଟୁ,ପଥ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ପୋୖର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର, ଥାନା ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ମୋ ସହର ଶ୍ରେଷ୍ଠ ହିଞିଳିକାଟୁ କାର୍ଯ୍ୟକ୍ରମ ୩ଦିନ ଧରି ହେବା ସହ ପଥ ମହୋତ୍ସବ ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି ।ପୋୖରାଞ୍ଚଳର ବିଭିନ୍ନ ୱାର୍ଡରେ ମୋ ଶ୍ରେଷ୍ଠ ହିଞିଳିକାଟୁ ୩ଦିନ ଧରି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଶେଷ ଦିବସରେ ପଥ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରଙ୍ଗାରଙ୍ଗ ସହ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ରହିବାକୁ ଆୟୋଜନ ରଖାଯାଇଥିବା ସ୍ଥିର କରାଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ଶୁଭଶ୍ରୀ ପାତ୍ର, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ଅଗ୍ନିଶମ ବିଭାଗୀୟ ଅଧିକାରୀ ଲବ ନାୟକ ,ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀ,ମୁଖ୍ୟମନ୍ତ୍ରୀଙ୍କ ପୋୖର ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ବିଧାୟକ ହରିହର ସାହୁ,ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ପୋୖର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନୀଳମଣି ପଟନାୟକ, କିରଣ ପଟ୍ଟନାୟକ, ଦେବାନନ୍ଦ ମହାପାତ୍ର, ବିଜେପି ନଗର ସଭାପତି ମାଧବ ଗୌଡ଼, ତିରଙ୍ଗା ଯୁବକ ସଙ୍ଘର ସଭାପତି ରଞ୍ଜନ ସାହୁ ,ଡିସ୍କଭେର ହିଞିଳିକାଟୁର ପ୍ରତିଷ୍ଠାତା କାହ୍ନୁ ପଣ୍ଡା, ତିରଙ୍ଗା ଯୁବକ ସଙ୍ଘର ସଦସ୍ୟ,ଅଜୟ ମହାରଣା, ରିଙ୍କୁ ପଣ୍ଡା ,ଶରତ ସାବତ, ଗଣମାଧ୍ୟମ ପ୍ରତିନିଧି,ବହୁ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧିଙ୍କ ସମେତ ବହୁ ମାନ୍ୟଗଣ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here