ହିଞିଳି : ମଧ୍ୟାହ୍ନ ଭୋଜନ ଡାଲମାରେ ବିଛା

0
378

 

ହିଞିଳିକାଟୁ, ୦୭/୦୧/୨୦୨୦(ପ୍ରିୟବ୍ରତ ପଣ୍ଡା)ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାରଏକ ଅଘଟଣ ଘଟଣାକୁ ଚପାଇଦେବାକୁ ଉଦ୍ୟମ ।ମାନା ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ସିକ୍ଷାର୍ଥୀଙ୍କ ନିମନ୍ତେ ଆସୁଥିବା ମଧ୍ୟାହ୍ନ ଭୋଜନ ଡାଲମାରୁ ବିଛା ବାହାରିଥିବା ଦେଖିବାକୁ ମିଳିଛି ।ପ୍ରକାଶ ଯେ ପ୍ରତିଦିନ ପରି ସୋମବାର ମଧ୍ୟ ମନାଟ୍ରଷ୍ଟ ପକ୍ଷରୁ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଆସିଥିଲା ।ବିଦ୍ୟାଳୟର ଅପରାହ୍ନ ୧ ଘଣ୍ଟ ସମୟରେ ସମସ୍ତ ସିକ୍ଷାର୍ଥୀଙ୍କୁ ଆସିଥିବା ଭୋଜନ ବଣ୍ଟା ଯାଇଥିଲା ।ଶ୍ରେଣୀ କ୍ରମାନୟ ଅନୁସାରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ୫ମ ଶ୍ରେଣୀ ଛାତ୍ରଙ୍କ ଡାଲମାରେ ଏକ ମଲା ବିଛା ପଡିଥିବା ଦେଖିଥିଲେ ।ପରେ ସାଙ୍ଗେ ସାଙ୍ଗେ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ।ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ବେଇଓ ବସନ୍ତ କୁମାର ପଣ୍ଡାଙ୍କୁ ଜଣାଇଥିଲେ ।ଘଟଣାର ଖବର ପାଇ ବିଇଓ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚି ମାନ ଟ୍ରଷ୍ଟରୁ ଆସିଥିବା ମଧ୍ୟାହ୍ନ ଭୋଜନକୁ ସ୍କୁଲ ପରିସରେ ପୋତି ଦେଇଥିଲେ।ପିଲାମାନଙ୍କୁ ବିସ୍କୁଟ ପ୍ରଦାନ କରି ଘଟଣାକୁ ଚପାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ।୪ ଘଣ୍ଟ ଚୁଟିପରେ ଛାତ୍ରଛାତ୍ରୀମାନେ ଘରକୁ ଯାଇ ନିଜ ନିଜ ବାପା ମାଙ୍କୁ ଜଣାଇଥିଲେ ।ଘଟଣାଟି ଗ୍ରାମରେ ପ୍ରଚାରିତ ହେବା ପରେ ମଙ୍ଗଳବାର ସକାଳେ କିଛି ଅଭିଭାବକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ ପ୍ରଧାନ ଶିକ୍ଷକଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଅଭିଭାବକ ମାନେ ଉତ୍ୟକ୍ତ ହୋଇ ବିଦ୍ୟାଳୟର ଫାଟକ ବନ୍ଦ ରଖି ଉତେଜନା ପରିସ୍ଥିତି ଲାଗିରହିଥିଲା ।ପରେ ସେଠାରୁ ବାହାରି ହିଞିଳିକାଟୁ ଗୋଷ୍ଠୀ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବେଇଓ ଶ୍ରୀ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ।ବିଇଓ ଶ୍ରୀ ପଣ୍ଡା ଘଟଣାର ସମସ୍ତ କଥା ଅଭିଭାବକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବୁଝାଇଥିଲେ ।ଏ ଘଟଣା ନେଇ ମାନା ଟ୍ରଷ୍ଟ ର ପରିଚାଳକ ସୁନିଲ ବାରାକୋଡାଙ୍କ ସହ ଆଲୋଚନା କରିଥିଲେ ।ପରିଚାଳକ ଏନେଇ ଦୁଃଖ ପ୍ରକାଶ କରିବା ସହ କହିଥିଲେ ଏପରି ପରବର୍ତ୍ତୀ ସମୟରେ ଏଭଳି ଘଟଣା ହେବ ନାହିଁ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here