ଗଜପତି : ବନ୍ଦ ପାଳନ, ଜିଲ୍ଲାପାଳ ଅଫିସ୍ କୁ ଧସେଇ ପଶିବା ଉଦ୍ୟମ

0
304

ପାରଳାଖେମୁଣ୍ଡି୦୮/୦୧/୨୦୨୦(ପ୍ରଭାତ ପାତ୍ର)- ୧୨ ଦଫା ଦାବୀ ନେଇ ଶ୍ରମିକ ସଗଠନ ପକ୍ଷରୁ ଗତ କାଲି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଗଜପତି ଜିଲ୍ଲା ମଧ୍ୟ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ରେ ବାମଦଳ ସମେତ ଅନ୍ୟ ଦଳମାନେ ମଧ୍ୟ ବନ୍ଧକୁ ସମର୍ଥନ ଜଣାଇଛନ୍ତି। ଅଳ୍ପ କିଛି ଦୋକାନକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର, ବସ ଚଳାଚଳ ବନ୍ଦ ରହିଥିଲା। ତେବେ ଖୋଲିଥିବା ଦୋକାନ ଗୁଡିକ ମଧ୍ୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଧ କରିଦିଆଯାଇଥିଲା। ପାରଳାଖେମୁଣ୍ଡି ସମେତ ଜିଲ୍ଲାର ୭ ଗୋଟି ବ୍ଲକ ମଧ୍ୟ ଏହି ବନ୍ଧ ସଂଗଠନ ପକ୍ଷରୁ ସଫଳ ହୋଇଛି।ପାରଳାଖେମୁଣ୍ଡି ସମେତ ବିଭିନ୍ନ ସ୍ଥାନରେ ସଂଗଠନ ପକ୍ଷରୁ ରାସ୍ତା ରୋକ କରାଯାଇଛି। ସରକାରଙ୍କ ନିର୍ଦେଶ କ୍ରମେ ସରକାରୀ କର୍ମଚାରୀ ମାନେ ସକାଳ ସାଢେ ୯ ଟା ସୁଦ୍ଧା ନିଜ ନିଜ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହେଲେ ଦିନ ପ୍ରାୟ ୧୧ ଟା ବେଳେ ସଂଗଠନର କର୍ମକର୍ତା ବିଭିନ୍ନ କାର୍ଯ୍ୟାଳୟରେ ପହଞ୍ଚି ପିକେଟିଂ କରି ସମସ୍ତ କାର୍ଯ୍ୟାଳୟ ବନ୍ଧ କରିଥିଲେ। ତେବେ ଏହି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଡିୱାଇଏଫଆଇ ରାଜ୍ୟ ସଭାପତି ଯତୀନ୍ ମହାନ୍ତିଙ୍କ ସମେତ ୧୨ ଜଣଙ୍କୁ ପୋଲିସ ଉଠାଇ ନେଇଥିଲା। ବନ୍ଧକୁ ଦୃଷ୍ଟିରେ ରଖି ସରକାର ଦେଇଥିବା ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ନଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସିପିଆଇ ନେତା ଜେନା ସୁବାସ ଚନ୍ଦ୍ର ରାଓ ଙ୍କ କହିବା ଅନୁସାରେ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ସମସ୍ତେ ସମର୍ଥନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here