ପୁଣି କଳା ପଲସର୍ ଆତଙ୍କ, ମହିଳା ଙ୍କ ଭେନିଟ ବ୍ୟାଗ ଝାମ୍ପି ନେଲେ ୩୫ ହଜାର

0
223

ଦିଗପହଣ୍ଡି, ୦୯/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଦିଗପହଣ୍ଡି ବ୍ଳକ ଏସ୍ ଟିକରପଡ଼ା ଗ୍ରାମର ମହିଳା ସ୍ୱୟଂ ସହାୟକ ସଂଘ ର ସଦସ୍ୟ ସୁମିତ୍ରା ଗୌଡ଼(୪୭) ସ୍ୱାମୀ ସନ୍ତୋଷ ଗୌଡ଼ଙ୍କ ସହିତ ଦିଗପହଣ୍ଡି ଆନ୍ଧ୍ର ବ୍ୟାଙ୍କ ଠାରୁ ୨୦ହଜାର ଟଙ୍କା ଉଠାଣ କରିଥିଲେ । ନିଜ ପାଖରେ ୧୫ହଜାର ଟଙ୍କା ସହ ସମୁଦାୟ ୩୫ହଜାର ଟଙ୍କା ଭେନିଟ ବ୍ୟାଗ ରେ ଧରି ସ୍ୱାମୀ ଙ୍କ ମୋଟର ସାଇକେଲ ରେ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ପଛପଟୁ ଗୋଟିଏ କଳା ପଲସର ବାଇକ ରେ ୨ ଜଣ ଦୃର୍ବୂତ୍ତ ଆସି ତାଙ୍କର ଭେନିଟ ଟି ଟାଣି ଝାମ୍ପି ନେଇଥିଲେ । ଘଟଣା ସ୍ଥଳରେ ବାଇକରୁ ପଡ଼ି ମହିଳା ଜଣକ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ । ସେତିକି ସମୟରେ ଦିଗପହଣ୍ଡି ଵିଡ଼ିଓ ହଳଧର ଶବର ଆସୁଥିଲେ, ଏହା ଦେଖି ତାଙ୍କ ଗାଡ଼ି ରେ ଗୁରୁତର ମହିଳାଙ୍କୁ ଦିଗପହଣ୍ଡି ମେଡିକାଲ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ । ମହିଳାଙ୍କ ପାଟି ଓ ନାକରୁ ଜୋରରେ ରକ୍ତସ୍ରାବ ହୋଇ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଗଲା । ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଘଟଣା ର ତନାଘନା କରୁଛି ।

LEAVE A REPLY

Please enter your comment!
Please enter your name here