କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଙ୍କୁ ବ୍ରହ୍ମପୁର ସବୁଜ ବାହିନୀ ସଦସ୍ଯ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ

0
141

ବ୍ରହ୍ମପୁର:୧୦/୦୧/୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ଷ୍ଟେସନ ରୋଡ ଠାରେ ଥିବା ସ୍ବତନ୍ତ୍ର ପ୍ରଦିକ୍ଷଣ ଗୃହ ଠାରେ ମାନ୍ୟବର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଜ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ର ସ୍ବେଚ୍ଛାସେବୀ ମାନେ ସୈ।ଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପରିଷଦ ପକ୍ଷରୁ କୃତ୍ରିମ ଘର ଚଟିଆ ଘର ଓ ଖାଦ୍ୟ ସ୍ଥଳୀ ମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା । ଘର ଚଟିଆର ସୁରକ୍ଷା କାର୍ଯ୍ୟକ୍ରମ ଶୁଣି ଖୁସି ହୋଇ ସମସ୍ତ ସଦସ୍ୟ ମାନଙ୍କୁ ନିଜ ଘରେ ପାଳିତ ଅନ୍ୟ ପଶୁ ପକ୍ଷୀ ଙ୍କ ଚିତ୍ର ମୋବାଇଲ ରେ ଦେଖାଇଥିଲେ । ବ୍ରହ୍ମପୁର ସହର ତଥା ସାରା ଓଡ଼ିଶାରେ ଅଧୁନା ଉନ୍ନତି କରଣ ନାମରେ ପ୍ରତିଦିନ ଶହଶହ ବୃକ୍ଷ କିପରି ନଷ୍ଟ କରାଯାଉଛି ତା ଉପରେ ଉଦବେଗ ପ୍ରକାଶ କରି ଉଭୟ ସଂଗଠନ ପକ୍ଷରୁ ଏହାର ପ୍ରତିକାର ସ୍ବରୂପ ଓଡିଶାକୁ କିପରି ଗୋଟିଏ ବୃକ୍ଷ ପ୍ରତିରୋପଣ ଯନ୍ତ୍ର ଅଣାଯିବ ତା ଉପରେ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ମହୋଦୟ ଦାବିକୁ ଗୁରୁତ୍ବ ଦେଇ ଆଗକୁ ଓଡ଼ିଶାକୁ ଏହି ଯନ୍ତ୍ର ଅଣାଯାଇପାରିବ ତା ଉପରେ।ପଦକ୍ଷେପ ଗ୍ରହଣ କରବେ ବୋଲି କହିଛନ୍ତି ।
ପ୍ରକାଶ ଥାଉକି ସରକାର ବୃକ୍ଷ ଓ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଅନ୍ୟପଟେ ପ୍ରତିଦିନ ଉନ୍ନତି କରଣ ନାମରେ ଶହଶହ ବର୍ଷ ର ହଜାର ହଜାର ବୃକ୍ଷ କାଟୁଛନ୍ତି ଯଦି ଏବେ ଠୁ ସଜାଗ ନହୁଅନ୍ତି ତାହେଲେ ଏମିତି ଅନେକ ମୂଲ୍ୟବାନ ବୃକ୍ଷ ନଷ୍ଟ ହୋଇଯିବ । ଏହାର ପ୍ରତିକାର ସ୍ବରୂପ ଯଦି ଓଡିଶାକୁ ଗୋଟିଏ ବୃକ୍ଷ ସ୍ଥାନାନ୍ତରିତ ଯନ୍ତ୍ର ଅଣାଯାଇପାରିବ ତାହେଲେ ଅନେକ ବୃକ୍ଷକୁ ଅକାଳ ମରଣ ରୁ ବଞ୍ଚାଯାଇପାରିବ । ଦିଲ୍ଲୀ, ବିହାର ,କର୍ଣ୍ଣାଟକ ଭଳି ରାଜ୍ୟରେ ଏହି ଯନ୍ତ୍ର ର ସୁଫଳ ପାଇପାରିଛନ୍ତି । ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବ୍ରହ୍ମପୁର ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର, ଡା. ସାଗର ରଞ୍ଜନ ତ୍ରିପାଠୀ,ସଂଜୟ ପାତ୍ର,ବନମାଳୀ ପ୍ରଧାନ, ସତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here