ଗଜପତି ଉତ୍ସବ ବନ୍ଦ, ପାରଳା ମହାରାଜାଙ୍କ ଗୋପିନାଥ ଗଜପତି ଙ୍କ ପରଲୋକ

0
272

ପାରଳାଖେମୁଣ୍ଡି , ୧୦/୦୧/୨୦୨୦(ପ୍ରଭାତ ପାତ୍ର)- ପାରଳାଖେମୁଣ୍ଡିର ମହାରାଜା ଗୋପିନାଥ ଗଜପତିଙ୍କ ଆଜି ଭୋର ୪:୧୯ ମିନିଟ ସମୟରେ ପରଲୋକ ହୋଇଯାଇଛି। ସେ ଚାରି ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଶାରୀରିକ ଅସୁସ୍ଥ ଥିଲେ। ଗତ କିଛି ଦିନ ହେଲା ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ଏବଂ ଡାକ୍ତରଖାନା ତରଫରୁ ତାଙ୍କୁ ବଞ୍ଚାଇବା ପାଇଁ ବ୍ୟାପକ ଉଦ୍ୟମ ଜାରି ରହିଥିଲା। ହେଲେ ଆଜି ଭୋର ୪:୧୯ ମିନଟ ସମୟରେ ଭୁବେନଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲର ପରଲୋକ ଘଟିଥିଲା। ଏହି ଖବର ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସକାଳୁ ସକାଳୁ ଚାରି ଆଡେ ଗଜପତିଙ୍କ ବିୟୋଗ ନେଇ ଶୋକ କରାଯାଉଥିବା ବେଳେ ସମସ୍ତେ ଦୋକାନ ବଜାର ବନ୍ଦ ରହିଛି । ପାରଳା ମହାରାଜାଙ୍କ ବିୟୋଗ ଯୋଗୁଁ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସମେତ ଜିଲ୍ଲାର ସମସ୍ତ ପଦ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମସ୍ତ ସାମ୍ବାଦିକ ଏଥିରେ ଯୋଗଦେଇ ଶୋକ ପ୍ରକାଶ କରିଥିଲେ। ଆଜି ଠାରୁ ପାରଳାଖେମୁଣ୍ଡି ହେବାକୁ ଥିବା ଗଜପତି ଉତ୍ସବକୁ ବାତିଲ କରାଯାଇଥିବା ଏହି ଶୋକ ସଭା ପରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଘୋଷଣା କରିଥିଲେ। ତାଙ୍କ ମରଶରୀର ସହ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପାରଳା ସ୍ବାଭିମାନ ମଞ୍ଚର ଅଧ୍ୟକ୍ଷ ଡ: ତିରୁପତି ପାଣିଗ୍ରାହୀଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ପାରଳାଖେମୁଣ୍ଡି ଆସୁଥିବା ସୂଚନା ମିଳୁଛି। ତାଙ୍କ କନ୍ୟା ରାଜକୁମାରୀ କଲ୍ୟାଣୀ ଦେବି ମହାରାଜାଙ୍କ ଶବ ସହ ଆସୁଛନ୍ତି। ପାରଳାଖେମୁଣ୍ଡି ଠାରେ ଷ୍ଟେଟ ଅନର ଦେଇ ସଂସ୍କାର କରାଯିବା ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି। ପାରଳାଖେମୁଣ୍ଡି ମହାରାଜାଙ୍କ ପେଲେସ୍ ରେ ଶହ ଶହ ଲୋକଙ୍କ ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here