ନାଗରିକ ସଂଶୋଧନ ଆଇନକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

0
190

ପାରଳାଖେମୁଣ୍ଡି, ୧୪/୦୧/୨୦୨୦(ପ୍ରଭାତ ପାତ୍ର)- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟଳୟ ଠାରେ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଭାଜପା ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ରଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଟିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ର ଅଧ୍ୟକ୍ଷତା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନାଗରିକ ସଂଶୋଧନ ଆଇନର ଶିକାର ହୋଇଥିବା ନାଗରିକ ପାଇଁ କେତେ ଉପକାର ଓ ଲାଭ କହିଥିଲେ। ଏହି ଆଇନକୁ ନେଇ ଭାରତର ବିଭିନ୍ନ ସ୍ଥାନରେ ଆକାରରେ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ତାହା ଠିକ୍ ନୁହେଁ । ପ୍ରକୃତରେ ବାସ୍ତବ ସତ୍ୟତାକୁ ନ ବୁଝି ଏବଂ କିଛି ରାଜନୈତିକ ଦଳର ପ୍ରରୋଚନାରେ ପଢି ଯୁବ ସମାଜ ଓ ବୁଦ୍ଧିଜୀବୀ ଏହି ଆଇନ ବିରୋଧରେ ବିକ୍ଷୋଭ କରିଛନ୍ତି। ଏହି ନାଗରିକ ସଂଶୋଧନ ଆଇନ ବିଶ୍ୱର ସବୁଠାରୁ ବଡ ମାନବ ଅଧିକାର ଆଇନ କହିଲେ ଚଳେ। ନାଗରିକ ସଂଶୋଧନ ଆଇନ ସଂସଦରେ ପାରିତ କରାଯାଇ ଦେଶରେ ଜଣକ ମହାମଗାନ୍ଧିଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଯାହାକି ଏହି ଆଇନ ଦ୍ୱାରା ପାକିସ୍ଥାନ, ବାଙ୍ଗଳାଦେଶ, ଆଫଗାନିସ୍ଥାନର ଧାର୍ମିକ ଉତ୍ସୀଦନର ଶିକାର ହୋଇ ସେଠାରେ ବିସ୍ଥାପିତ ହୋଇଥିବା ହିନ୍ଦୁ, ବୈାଦ୍ଧ, ଖ୍ରୀଷ୍ଟିଆନ ମାନଙ୍କୁ ଭାରତୀୟ ନାଗରିକ ଦିଆଯିବ । ଏହି ସ୍ବାଧୀନତା ଧାରା ୧୪ କୁ ସିଏଏ, ଉଲଂଘନ କରୁନାହଁ। ଯାହା ଧାରା୧୪ ରେ ଭାରତୀୟ ନାଗରିକ ସମ୍ପର୍କରେ ଲେଖାଅଛି। ସିଏଏ କୁ ନେଇ କେହି ଭାରତୀୟ ହେବାର କୈାଣସି କାରଣ ନାହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ଏଭଳି ସାହାସୀକ ପଦକ୍ଷେପ ପ୍ରତି କଂଗ୍ରେସ ନସହୀ ଦେଶରେ ଅରାଜକତା ତିଆରି କରିବାର ଅପଚେଷ୍ଟା ଚଳାଇଛି। ଆମର ତତ୍ କାଳୀନ ନେତୃତ୍ୱ ବିଭାଜନରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଦେଇଥିଲେ ତାହାକୁ ହଁ ଏହି ଆଇନରେ ପୂରଣ କରାଯାଇଛି। ଭାରତର ଜଣେ ହେଲେ ନାଗରିକ ଏହା ଦ୍ଵାରା କୈାଣସି ପ୍ରଭାବିତ ହେବାର ଆଶଙ୍କା ନାହିଁ ବୋଲି କହିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଭାଜପା ରାଜ୍ୟ କମିଟି ସିଦ୍ଧେଶ୍ଵର ମିଶ୍ର, ପୁର୍ବତନ ଜିଲ୍ଲା ସଭାପତି ଜି. ଭେଙ୍କଟରମଣ ପ୍ରମୁଖ ମଞ୍ଚାସୀନ ଅତିଥି ଥିଲେ। ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here