ଆସନ୍ତାକାଲି ଫାଶି ଖୁଣ୍ଟରେ ଝୁଲିବେ ନାହିଁ ନିର୍ଭୟା ଦୋଷୀ । ଏବେ ଫାଶି ନେଇ ପୂର୍ବ ନିର୍ଦ୍ଧାରିତ ରାୟ ପୁଣି ଥରେ ଘୁଞ୍ଚିଛି ।

0
148

ନୂଆଦିଲ୍ଲୀ,୩୧/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ପୁଣି ଟଳିଲା ନିର୍ଭୟା ଦୁଷ୍କର୍ମୀଙ୍କ ଫାଶୀ ତାରିଖ । ଫେବ୍ରୁଆରି ୧ରେ ହେବାକୁ ଥିବା ଫାଶୀ ପୁଣି ଘୁଞ୍ଚିଲା, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ତାରିଖ ଘୁଞ୍ଚିଲା । ବିନୟ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ପୁଣି ଅଦାଲତର ଆଶ୍ରୟ ନେଇଥିଲା । ପଟିଆଲା ହାଉସ୍‌କୋର୍ଟରେ ତା ପାଇଁ ରାଜକ୍ଷମା ଆବେଦନ ପାଇଁ ବିକଳ୍ପ ରହିଥିବାରୁ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲା । ଏହି ମାମଲାର ଶୁଣାଣୀ କରି ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି ।ଦୋଷୀମାନେ ଫାଶୀର ତାରିଖ ଘୁଞ୍ଚାଇବା ପାଇଁ ପୁଣି ନୂଆ ଗଳାବାଟ ପାଇଁ ଚେଷ୍ଟା ଚଳାଇଛନ୍ତି । ଦୋଷୀ ପବନ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ରିଭ୍ୟୁ ପିଟିସନ୍‌ ଖାରଜ ହୋଇଯାଇଛି। ପୂର୍ବରୁ ପଟିଆଲା ହାଉସ୍‌କୋର୍ଟରେ ଏହା ଖାରଜ ହୋଇଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ପବନ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାୟର କରାଯାଇଥିଲା ।
ନିୟମ ଅନୁସାରେ ସମସ୍ତ ଦୋଷୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆଯିବ ବୋଲି ଦୋଷୀମାନଙ୍କର ବୃନ୍ଦା ଗୋରଭର କହିଛନ୍ତି । ଗୋଟିଏ ମାମଲାରେ ଅଲଗା ଅଲଗା ଫାଶୀ ଦିଆଯିବା ନିୟମକୁ ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି ।୧୯୮୧ ମସିହାରେ ଏକ ମାମଲାର ସେ ଉଦାହରଣ ଦେଇଛନ୍ତି । ୩ ଜଣ ଦୋଷୀଙ୍କ ମଧ୍ୟରୁ ୨ ଜଣ ରାଜକ୍ଷମା ପାଇଁ ଆବେଦନ କରିଥିଲେ , ସେମାନଙ୍କୁ ରାଜକ୍ଷମା କରାଯାଇଥିଲା ମାତ୍ର ସେ ଅନ୍ୟଜଣଙ୍କୁ ଫାଶୀ ହୋଇଥିଲା ବୋଲି ସେ କହିଛନ୍ତି । ଏହି ମାମଲା ପରେ ସୁପ୍ରିମକୋର୍ଟ ଗୋଟିଏ ମାମଲାର ସମସ୍ତ ଦୋଷୀଙ୍କୁ ଗୋଟିଏ ଦିନରେ ଫାଶୀ ଦେବା ପାାଇଁ ନିୟମ କରିଥିବା କଥା ସେ ସୂତନା ଦେଇଛନ୍ତି । ଏଥିପାଇଁ ଫେବ୍ରୁଆରୀ ୧ ତାରିଖ ଦିନ ଫାଶୀ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here