କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣାକୁ ରାଜ୍ୟ ବିଜେପିର ସ୍ୱାଗତ ଆତ୍ମନିର୍ଭରଶୀଳ ଓଡିଶା ହେଲେ ଆତ୍ମନିର୍ଭରଶୀଳ ଭାରତ ସମ୍ଭବ : ସମୀର ମହାନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ  ରାଜ୍ୟରେ ଇସ୍ପାତ, ଆଲୁମିନିୟମ, ଏମଏସଏମଇ, ପର୍ଯ୍ୟଟନ, କୁଟୀର ଶିଳ୍ପ, ହସ୍ତତନ୍ତ, ବୟନଶିଳ୍ପ କ୍ଷେତ୍ର ମଜବୁତ୍ ହେବ  ସ୍ଥାନୀୟ ଉତ୍ପାଦକୁ ବିଶ୍ୱରେ ପହଁଚାଇବାର ଅଭିନବ ଉଦ୍ୟମ ପ୍ରଶଂସନୀୟ

0
134

 

ଭୁବନେଶ୍ୱର,୧୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ): ଦେଶକୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏଥିପାଇଁ ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡିଶାରେ ଅମାପ ପ୍ରାକୃତିକ ସମ୍ପଦ, ଖଣିଜ ପଦାର୍ଥ ଭରିରହିଛି । ବର୍ତମାନ ସମୟରେ ଏହାର ପର୍ଯ୍ୟାପ୍ତ ସୁଯୋଗ ନେବାର ଆବଶ୍ୟକତା ରହିଛି । ଆତ୍ମନିର୍ଭରଶୀଳ ଭାରତ ସେବେ ସମ୍ଭବ ଯେବେ ଆତ୍ମନିର୍ଭରଶୀଳ ଓଡିଶା ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଯେଉଁ ସବୁ ସୂଚନା ଦେଇଛନ୍ତି ତାହା ଦ୍ୱାରା ଓଡିଶାକୁ ନୂଆ ଶକ୍ତି ମିଳିବ । ରାଜ୍ୟରେ ଇସ୍ପାତ, ଆଲୁମିନିୟମ ଭଳି ଅନେକ କ୍ଷେତ୍ରରେ ଭରପୁର ପରିମାଣରେ ରହିଛି । ଏହାର ବ୍ୟବହାର କରି ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ପଡିବ ।

ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଘୋଷଣା କରିଛନ୍ତି । ଏମଏସଏମଇ ପାଇଁ ୧୦ ହଜାର କୋଟିର ‘ଫଣ୍ଡସ୍ ଅଫ୍ ଫଣ୍ଡ’ର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ଓଡିଶାର ଏମଏସଏମଇ ସେକ୍ଟରରେ ଅଭିବୃଦ୍ଧି ଘଟିବ ଓ ରାଜ୍ୟର ସମ୍ଭାବ୍ୟ ଅର୍ଥନୀତି ମଜବୁତ ହେବ । ଏତଦବ୍ୟତିତ ରାଜ୍ୟର ପର୍ଯ୍ୟଟନ, କୁଟୀର ଶିଳ୍ପ, ହସ୍ତତନ୍ତ, ବୟନଶିଳ୍ପ, ଡାଇମଣ୍ଡ ପ୍ରକ୍ରିୟାକରଣକୁ ଗତି ଦେବ ବୋଲି ବିଜେପି ସଭାପତି ମତବ୍ୟକ୍ତ କରିଛନ୍ତି ।

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ୟାକେଜରେ ଭୂମି, ଶ୍ରମ, ନଗଦ ଅର୍ଥ ଓ ଆଇନ କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ଥାନୀୟ ଉତ୍ପାଦକୁ ବିଶ୍ୱରେ ପହଁଚାଇବାର ଯେଉଁ ଅଭିନବ ଉଦ୍ୟମ କରାଯାଇଛି ତାହା ପ୍ରଶଂସନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here