ସଂଗରୋଧ କେନ୍ଦ୍ର ପରିସରରେ ହସ ଆଖଡ଼ା । ଭାଇରଲ ହେଉଛି ଭିଡିଓ । ଟ୍ୱିଟ କରି ଜିଲ୍ଳାପାଳ କଲେ ପ୍ରଶଂସା ।

0
152

 

ପାତ୍ରପୁର,୧୪/୦୫/୨୦୨୦(ବ୍ୟୁରୋ ରିପୋର୍ଟ)- ଦୁଃଖ ଓ ଅବସାଦ ସମୟରେ ଟିକିଏ ହସ ମନକୁ ପ୍ରଫୁଲ୍ଲିତ କରିବା ସହିତ ନିରାଶ ମନରେ ଆଶାର ସଂଚାର ସୃଷ୍ଟି କରିଥାଏ । ତେଣୁ ଅବସାଦ ପୂର୍ଣ୍ଣ ସମୟରେ ହସ ପ୍ରମୁଖ ଔଷଧ ଭାବେ କାମ କରିଥାଏ । ହସ ଯେତେବେଳେ ଗୋଟିଏ ଗୋଷ୍ଠୀକୁ ନେଇ ହୁଏ ତାହା ଆଖଡାରେ ପରିଣତ ହୋଇଥାଏ । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ର ମାନଙ୍କରେ ବ୍ଲକ ପ୍ରଶାସନ ସହାୟତାରେ ସଂଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆରମ୍ଭ ହୋଇଥିବା ହସ ଆଖଡା କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ମନୋରଞ୍ଜନ ଧର୍ମୀ କାହାଣୀ ଓ ହସକଥା କହି ଏମାନଙ୍କୁ ହସାଉଛନ୍ତି ବିଶିଷ୍ଟ ମଞ୍ଚ ଅଭିନେତା ତଥା ପାତ୍ରପୁର ବ୍ଲକର ସମାଜସେବୀ ରାଜଗୋପାଳ ପାଢ଼ୀ । ମନଖୋଲା ହସିଵା ପାଇଁ ପ୍ରବାସୀଙ୍କୁ କହିବା ସହିତ ସେମାନଙ୍କୁ ମନୋରଞ୍ଜନ କରିବା ସହ ମଝିରେ ଦେଶାତ୍ମବୋଧକ ଭାବ ଜାତକୁ ଉଜ୍ଜୀବିତ ପାଇଁ ଭାରତ ମାତାକି ଜୟ ଓ ବନ୍ଦେ ମାତରଂ ଡାକ ଦେଇ ପରିବେଶକୁ ଅଧିକ ସକ୍ରିୟ କରୁଛନ୍ତି ଶ୍ରୀ ପାଢ଼ୀ । ଏପରିକି ପ୍ରବାସୀ ଓଡ଼ିଆ ଭାଇ ମାନେ ବି ଏହି କାର୍ଯ୍ୟକ୍ରମ ରେ ଗୀତ ଗାଇ,ସଂଳାପ କହି ଭାବର ଆଦାନ ପ୍ରଦାନ କରିବା କାର୍ଯ୍ୟକ୍ରମ କୁ ଅଧିକ ସରସ ସୁନ୍ଦର କରି ତୋଳିଛି । କରୋନା ବିପତ୍ତି ସମୟରେ ସଂଗରୋଧ କେନ୍ଦ୍ରରେ ମଳିନ ପଡିଥିବା ପ୍ରବାସୀ ଓଡ଼ିଆ ଭାଇଙ୍କ ମୁଂହରେ ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁଁ ହସ ଫେରିବା ସହ ସେମାନଙ୍କୁ କରୋନା ର ମୁକାବିଲା କରିବା ପାଇଁ ଆତ୍ମବିଶ୍ୱାସ ଯୋଗାଇଛି । ଏପରି କାର୍ଯ୍ୟକ୍ରମ କୁ ଗଂଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ କରି ଭୁରି ପ୍ରଶଂସା କରିଛନ୍ତି । ଅବିଇଓ ପ୍ରଫୁଲ୍ଲ ଚୌଧୁରୀ ଙ୍କ ଅଭିନୟ ଓ ଶିକ୍ଷକ ସ୍ବପଣେଶ୍ୱର ପ୍ରଧାନଙ୍କ ଯାତ୍ରା ସଂଳାପ ଏବଂ ହେମଲତା ମହାନ୍ତି ଓ ବିନୋଦିନୀ ସାମଲଙ୍କ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ କୁ ଆକର୍ଷଣୀୟ କରିଛି । ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଇଓ କୋରେଶ ସେଠୀ ଓ ସିଡିପିଓ ପଦ୍ମିନୀ ସାହୁ ପରିଚାଳିତ କରୁଛନ୍ତି । କାର୍ଯ୍ୟକ୍ରମ ରେ ସଂଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସହଯୋଗ କରୁଛନ୍ତି । ଏଭଳି ସୁନ୍ଦର ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ ପ୍ରବାସୀ ଓଡ଼ିଆ ମାନେ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here