ଚତୁର୍ଥ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା,ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରିବ : ସମୀର ମହାନ୍ତି *କୋଇଲା, ଖଣି, ପ୍ରତିରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ପ୍ରସ୍ତାବ ଦେଶରେ ଶିଳ୍ପର ଅଭିବୃଦ୍ଧି ଘଟିବ ଓ ଅଧିକ ନିଯୁକ୍ତି ସୃଷ୍ଟି ହେବ * କୋଇଲା କ୍ଷେତ୍ରରେ ଭିତିଭୂମିର ବିକାଶ ଲାଗି ୫୦ ହଜାର କୋଟିର ନିବେଶ ପ୍ରସ୍ତାବ, ରାଜ୍ୟରେ କୋଇଲା କ୍ଷେତ୍ର ଆହୁରି ମଜବୁତ ହେବ

0
293

 

ଭୁବନେଶ୍ୱର,୧୬/୦୫/୨୦୨୦(ବ୍ୟୁରୋ ରିପୋର୍ଟ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚତୁର୍ଥ ଦିନରେ ଭାରତ ଆତ୍ମନିର୍ଭର ପ୍ୟାକେଜରେ ଯେଉଁ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହ ପ୍ୟାକେଜ ଘୋଷଣା କରିଛନ୍ତି ସେସବୁ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଶିଳ୍ପ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେବା ପାଇଁ ଘୋଷଣା କରାଯାଇଛି । କୋଇଲା, ଖଣି, ପ୍ରତିରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ପ୍ରସ୍ତାବ ଦେଶର ଶିଳ୍ପରେ ଅଭିବୃଦ୍ଧି ଘଟିବ ଓ ଅଧିକ ନିଯୁକ୍ତି ସୃଷ୍ଟି ହେବ । ବିଶେଷଭାବରେ କୋଇଲା କ୍ଷେତ୍ରରେ ଭିତିଭୂମିର ବିକାଶ ଲାଗି ୫୦ ହଜାର କୋଟିର ନିବେଶ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ରାଜ୍ୟରେ କୋଇଲା କ୍ଷେତ୍ର ଆହୁରି ମଜବୁତ ହେବ ।
ଖଣି କ୍ଷେତ୍ରରେ ଲିଜ୍ ହସ୍ତାନ୍ତରକୁ ଅନୁମତି ଦିଆଯିବା ଏବଂ ବଳକା ଖଣିଜ ପଦାର୍ଥକୁ ବିକ୍ରି କରିବାକୁ ନିଷ୍ପତି ନିଆଯାଇଛି । ପ୍ରାୟ ୫୦୦ଟି ଖଣି ନିଲାମ ପାଇଁ ରଖାଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ମଜବୁତ୍ ହେବ । ବିଭିନ୍ନ ରାଜ୍ୟରେ ଥିବା ଔଦଗିକ କ୍ଲଷ୍ଟର ଗୁଡିକର ଭିତିଭୂମି ବିକାଶ, ସଂଯୋଗୀକରଣ କାର୍ଯ୍ୟ ଆଗ୍ରାଧିକାର ଭିତିରେ କରାଯିବ । ଏହା ଦ୍ୱାରା ଓଡିଶା ଭଳି ରାଜ୍ୟ ଲାଭବାନ ହେବ । ଅପରପକ୍ଷରେ ବିଦେଶ ଉପରେ ନିର୍ଭର ନକରି ସ୍ୱଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ଗୁରୁତ୍ୱ ଦେଇଥିବା ବେଳେ ଏହା ଦ୍ୱାରା ଦେଶର ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ ପାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସଠିକ୍ ସମୟରେ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇ ତାହାର ଅଭିବୃଦ୍ଧି କଥା ଚିନ୍ତା କରିଥିବାରୁ ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here