ଗଞ୍ଜାମ ଜିଲ୍ଲାର କୋଭିଡ଼ ହସ୍ପିଟାଲରେ ଆଉ ୫ହଜାର ଶଯ୍ୟା ବଢ଼ାଇବାକୁ ଯୋଜନା

0
279

 

ଭୂବନେଶ୍ୱର,୧୬/୦୫/୨୦୨୦(ବ୍ୟୁରୋ ରିପୋର୍ଟ)କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । କରୋନା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି । କୋଭିଡ଼ ସମୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଓଡ଼ିଶା ଉପରେ ଏହି ବାତ୍ୟାର ଏତେ ପ୍ରଭାବ ପଡ଼ି ନାହିଁ । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କିଛି ପ୍ରଭାବ ପଡ଼ିବ । ସରକାରଙ୍କୁ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ହୋଇଛି ଓ ବାତ୍ୟା ପାଇଁ ଚିନ୍ତା କରନ୍ତୁନି ବୋଲି ସେ କହିଛନ୍ତି ।
କରୋନା ନେଇ ଅଧିକ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଇଛି । ରାଜ୍ୟକୁ ଏପର୍ଯ୍ୟନ୍ତ ଲକ୍ଷେ ୩୩ହଜାର ୨୪୫ ଜଣ ପ୍ରବାସୀ ଫେରିଛନ୍ତି । ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାକୁ ପ୍ରାୟ ୫୫ହଜାର ପ୍ରବାସୀ ଫେରିଛନ୍ତି । ଗଞ୍ଜାମ ଜିଲ୍ଲାର କୋଭିଡ଼ ହସ୍ପିଟାଲରେ ଆଉ ୫ହଜାର ଶଯ୍ୟା ବଢ଼ାଇବାକୁ ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here