ସରକାରୀ ସହାୟତା ନିମନ୍ତେ ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ଦାବି

0
284

 

ବ୍ରହ୍ମପୁର,୧୬/୦୫/୨୦୨୦(ବ୍ୟୁରୋ ରିପୋର୍ଟ):

ସ୍ଥାନୀୟ ମା’ କୁରେଇଶୁଣୀ ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ଉପଦେଷ୍ଟା ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ମୋବାଇଲ କନ୍ଫରେନସିଂ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂଘର ଅନ୍ୟତମ ଉପଦେଷ୍ଟା ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସାମାଜିକ ଗଣମାଧ୍ୟମ ଗୋଷ୍ଠୀ ସଂଯୋଗି କରଣ ରେ ଅନୁଷ୍ଠିତ ବୈଠକକୁ ସ୍ୱାଗତିବା ଭିତରେ ବିଶ୍ଵତ୍ରାସୀ କରୋନା ଭୂତାଣୁ ସଂକ୍ରମଣ ହେତୁ ଦେଶବ୍ୟାପୀ ଚାଲିଥିବା ଲକ୍ ଡାଉନ୍ ଏବଂ ସେଥିରୁ ବର୍ତ୍ତିବା ନିମନ୍ତେ ପ୍ରଶାସନର ନିର୍ଦ୍ଦେଶାତ୍ମକ କଟକଣା ଭିତରେ ପେଶାଦାର କଳାକାର ସମାଜର ଅବସ୍ଥା ଅତୀବ ଶୋଚନୀୟ ହୋଇ ପଡ଼ିଛି ବୋଲି ସୂଚନା ଦେବା ସହ ତାହାର ପ୍ରତିକାର ସମ୍ପର୍କରେ ସଭିଙ୍କୁ ଚିନ୍ତା କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ନାଟ୍ୟକାର ଯୁଧିଷ୍ଠିର ଭଞ୍ଜ ସାମନ୍ତ, ପ୍ରାକ୍ତନ ସଭାପତି ଉଦୟନାଥ ମହାରଣା, ସଙ୍ଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ, ବାଲେଶ୍ଵର ଖଇରା ଗଣମାଧ୍ୟମ ବ୍ୟକ୍ତିତ୍ଵ ନରେନ୍ଦ୍ର ପ୍ରସାଦ ଦାଶ, ଭଞ୍ଜନଗର ସୁନାମଧନ୍ୟ କଳାକାର ଜୟକୃଷ୍ଣ ପଟ୍ଟନାୟକ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଦାମୋଦର ବାଡତ୍ୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କରୋନା ମାଡ଼ କେବଳ ଯେ ନାଟ୍ୟ ନିର୍ଦ୍ଦେଶକ ମାନଙ୍କର ନୁହଁ ବରଂ କଳାକୁ ପାଥେୟ କରି ଜୀବନ ବଞ୍ଚୁଥିବା କଳାକାର, ନାଟ୍ୟକାର, ଚିତ୍ରାଳୟ ସଂସ୍ଥା, ମେକ୍ ଅପ୍ ମ୍ୟାନ, ଶବ୍ଦାଲୋକ୍ କାରିଗର, ବାଜାବାଲା, ନାଚବାଲା, ଗୀତବାଲା, ଷ୍ଟେଜ୍ କ୍ରାଫ୍ଟ ବାଲା — ସଭିଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିବା କଥା ସୂଚିତ କରିଥିଲେ । ଏଭଳି ସଙ୍କଟ କାଳ ପାଇଁ “କଳାକାର କଲ୍ୟାଣ ପାଣ୍ଠି” ସୃଷ୍ଟି ସହ ସଂପ୍ରତି ଜଣେ ଜଣକୁ ସହାୟତାର ହାତ ବଢେ଼ଇବା ନିମନ୍ତେ ଅନୁରୋଧ କରିଥିଲେ । ସର୍ବ ଶ୍ରୀ ସୁଦାମ ପ୍ରଧାନ, ଧର୍ମରାଜ୍ ସ୍ୱାଇଁ, ଗୋପାଳ ସେଠୀ, ସକଲେଶ୍ୱର ରାଉଳ, ବିନୟ ପ୍ରଧାନ, ସିମାଞ୍ଚଳ ଦାଶ, ବନଜ କୁମାର ସାହୁ, ସୀମାନ୍ତରେ ବାଡତ୍ୟା, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ରାଜୁ ବିଷୋୟୀ, ବିଜୟ ସେଠୀ, ସୀମାଞ୍ଚଳ ସାହୁ, ଶିବରାମ ପ୍ରଧାନ, ସଞ୍ଜୟ ବିଷୋୟୀ, ଈଶ୍ଵର ଚନ୍ଦ୍ର ପଣ୍ଡିତ, ସନାତନ ନାୟକ, ମୋହନ ପାତ୍ର, ହୃଷୀକେଶ ସାହୁ, ବଂଶୀଧର ସ୍ୱାଇଁ ପ୍ରମୁଖ ଗଞ୍ଜାମ ଜିଲ୍ଲାର ସୁନାମଧନ୍ୟ ଲୋକ ନାଟ୍ୟ ନିର୍ଦ୍ଦେଶକ ମାନେ ସରକାରଙ୍କ ସହାୟତା ବିନା ବଞ୍ଚିବା ଅତ୍ୟନ୍ତ ଦୁଃସହ ହେବା ଆଶଙ୍କା କରି ସଂଘ ତରଫରୁ ଦୃଢ଼ ଦାବି ଉପସ୍ଥାପନ ସମ୍ପର୍କରେ ମତ ସାବ୍ୟସ୍ତ କରିଥିଲେ । ସଂଘ ସଭାପତି ଜି. ରାଜେନ୍ଦ୍ର କୁମାର ରେଡ୍ଡୀ ମୋବାଇଲ ମାଧ୍ୟମରେ ଗୋଷ୍ଠୀ ସଂଯୋଗିକରଣ ବ୍ୟବସ୍ଥା ସମ୍ପାଦନ କରିଥିବା ବେଳେ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here