ବାଇକ ଦୃଘଟଣାରେ ଜଣେ ମୃତ, ଜଣେ ଆହତ

0
210

ଗଞ୍ଜାମ, ୨୦/୦୫/୨୦୨୦(ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା ଭେଜିପୁଟ କଞ୍ଚଣା ପୂର୍ତ୍ତ ରାସ୍ତାର ପଥୁରୀନାଳ ବାଙ୍କରେ ଆଜି ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ( ୪୦)ତାର ସାଙ୍ଗ ପ୍ରଦୀପ ଗୌଡ଼କୁ ନିଜ ବାଇକ ନମ୍ବର OD07R0166 ରେ ଖଲ୍ଲିକୋଟ ବ୍ଲକର ତୋଟାଗାଁରେ ରାଜୁର ଭଉଣୀଙ୍କୁ ଭାର ଦେଇ ଗାଁକୁ ଫେରୁ ଥିବା ବେଳେ ପଥୁରୀନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲେ।ସ୍ଥାନୀୟ ଲୋକଙ୍କ ସହାୟତା ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ।ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here