ଅବହେଳିତ ଆର ବି ଏସ କେ ଡ଼ାକ୍ତର

0
232

 

ବ୍ରହ୍ମପୁର,୨୫/୦୫/୨୦୨୦(ବ୍ୟୁରୋ ରିପୋର୍ଟ) – : ବିଶ୍ୱ ମହାମାରି କୋଭିଡ୍ -୧୯ ର ମୁକାବିଲାରେ ଆଗଧାଡି ର ଯୋଦ୍ଧା ହୋଇ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ଙ୍କୁ ସରକାର ଙ୍କ ଅଣଦେଖା,ସମସ୍ତ ଆୟୁଷ ଡାକ୍ତର ମାନଙ୍କୁ ନିରୂତ୍ସାହିତ କରିଛି ।ଜାତୀୟ ସ୍ୱାସ୍ଥ୍ୟ ମିଶନ ର ନିର୍ଦ୍ଦେଶିକା ଙ୍କ ନିର୍ଦ୍ଦେଶ ଅନୁସାରେ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ମାନେ, ପ୍ରଥମେ, ବିଦ୍ୟାଳୟ ଏବଂ ଛାତ୍ରାବାସ କୁ ଯାଇ ,ସେଠାରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ୍-୧୯ ରୋଗ ର ସଂକ୍ରମଣ, ଭୟାଭୟତା, ରୋଗ କୁ କିପରି ଦୁରେଇହେବ ଏବଂ ସମାଜ କୁ କିପରି,ଏହି ମହାମାରି କବଳ ରୁ ରକ୍ଷାକରି ହେବ ,ସେ ବିଷୟରେ ପ୍ରଚାର ଓ ପ୍ରସାର କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲାବନ୍ଦ ଘୋଷଣା ହେଲା,ସେତେବେଳେ ଏହି ଆୟୁଷ ଡାକ୍ତର ଙ୍କୁ ସରକାର କୋଭିଡ୍-୧୯ ସମ୍ବନ୍ଧୀୟ ,ବିଭିନ୍ନ କାର୍ଯ୍ୟ ରେ ଲଗେଇ ଦେଇଛନ୍ତି , ଯେମିତିକି, ବିମାନ ବନ୍ଦର ,ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ରାଜ୍ୟ ର ସୀମାନ୍ତବର୍ତ୍ତୀ ରେ ଥିବା ସମସ୍ତ ଫାଟକ, ରେ ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସଂଘରୋଧ ଗୃହ ରେ ଥିବା ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, କୋଭିଡ୍-୧୯ ରୋଗ ର ସଂନିରିକ୍ଷଣ ,ତାହା ପୁଣି ଅଳ୍ପ ପରିମାଣର ରକ୍ଷାକାରି ସଂରଯାମ ରେ ,ଏବଂ ଖୁସି ର ବିଷୟ ଏହିକି ଯେ ,ଏହି ଆୟୁଷ ଡାକ୍ତର ମାନେ ,ଆଜି ପର୍ଯ୍ୟନ୍ତ , ସରକାର ଙ୍କ ଦ୍ବାରା ଦିଆଯାଇଥିବା କାର୍ଯ୍ୟ କୁ ସୁଚାରୁରୂପେ ତୁଲାଇଛନ୍ତି ।କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ ଏତେସବୁ କାର୍ଯ୍ୟ କଲା ପରେ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଆୟୁଷ ଡାକ୍ତର ଙ୍କୁ,ସରକାର ଘୋଷଣା କରିଥିବା କୌଣସି ପ୍ରକାର ସୁବିଧା ଦିଆଯାଉନାହିଁ। ରାଜ୍ୟ ସରକାର, ସ୍ୱାସ୍ଥ୍ୟ ସେବାରେ ଥିବା ଏଲୋପାଥିକ୍ ଡାକ୍ତର,ନିୟମିତ ଆୟୁଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅଗ୍ରିମ ଚାରିମାସର ଦରମା ପ୍ରଦାନ କରିଥିବା ବେଳେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ଙ୍କୁ, ଏଥିରୁ ବଂଚିତ କରାଯାଇଛି। ସେହିପରି ସରକାର,କୋଭିଡ୍ ଯୋଦ୍ଧାଙ୍କ ପାଇଁ ଘୋଷଣା କରିଥିବା ଜୀବନ ବୀମା ରେ ,ଏମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ, ତାହା ମଧ୍ଯ ସଂଦେହ ଘେରରେ ।
ଆଜି ରାଜ୍ୟ ର ବିଭିନ୍ନ, ସୀମାନ୍ତବର୍ତ୍ତୀ ଫାଟକ, ସଂଘରୋଧ ଗୃହ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ବିମାନ ବନ୍ଦର, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟ କରୁଥିବା, ଶତକଡା ୯୯ ଭାଗ ଡାକ୍ତର ହେଉଛନ୍ତି, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଆୟୁଷ ଡାକ୍ତର

LEAVE A REPLY

Please enter your comment!
Please enter your name here