ବ୍ରହ୍ମପୁର ଟାଉନ୍ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ, ୩୨ ୟୁନିଟ ସଂଗ୍ରହ

0
284

ବ୍ରହ୍ମପୁର, ୨୫/୦୫/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକଟକାଳ ଏବଂ ଗ୍ରୀଷ୍ମଋତୁ ପ୍ରଭାବରୁ ରକ୍ତର ଅଭାବ ଦୂର କରିବା ପାଇଁ ଆଜି ବ୍ରହ୍ମପୁର ଟାଉନ୍ ଥାନା ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଥାନା ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଥାନାର ଇଚ୍ଛୁକ କର୍ମଚାରୀ ଏବଂ ଆଇଆଇସି ସୁରେଶ କୁମାର ତ୍ରିପାଠୀ ଙ୍କ ସମେତ ଏକ୍ସ କର୍ପେରେଟର ଏମ . ମୁରୁଲି ମୋହନ,ଙ୍କ ସହଯୋଗରେ ଅଞ୍ଚଳର କିଛି ଯୁବକ ରକ୍ତଦାନ କରିଥିଲେ । ଏନେଇ ଏକ ରକ୍ତ ସଂଗୃହୀତ ଭ୍ୟାନର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇଥିଲା । ସମୁଦାୟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଥାନା ପକ୍ଷରୁ ଆୟୋଜିତ ଏଭଳି ମହତ୍ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here