ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ କର୍ଣଧାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ୪୭ତମ ମହାପ୍ରୟାଣ ଦିବସରେ ଉତ୍କଳ ସମ୍ମିଳନୀ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

0
400

ବ୍ରହ୍ମପୁର,୨୫/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ନବ ଉତ୍କଳ ର ନିର୍ମାତା
ସ୍ବତନ୍ତ୍ର ପ୍ରଦେଶ ଗଠନ ପ୍ରମୁଖ କର୍ଣଧାର ନବଗଠିତ
ରାଜ୍ୟର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ୪୭ତମ
ମହାପ୍ରୟାଣ ତିରୋଧାନ ଦିବସ ଅବସରରେଉତ୍କଳ ସମ୍ମିଳନୀ ତରଫରୁ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସମ୍ମିଳନୀ ର ସଭାପତି ଡ.ସୁବ୍ରତକୁମାର ସାହୁଙ୍କପୌରୋହିତ୍ୟରେ ଭିଡିଓ
କାଲିଂ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଉପଦେଷ୍ଟା
ମନ୍ମଥ ପାଢୀ, ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢୀ,
ଉପସଭାପତି ଡାକ୍ତର ନକୁଳ ସାହୁ, ସମ୍ପାଦକ
ଦୀନବନ୍ଧୁ ଶ୍ରୀପଲ୍ଲବ, ଯୁଗ୍ମସମ୍ପାଦକ ଡାକ୍ତରଚନ୍ଦ୍ରମଣି
ସ୍ବାଇଁ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ,ସମିକ୍ଷକ ଡ.ବନମାଳୀ ପାଣିଗ୍ରାହୀ ,ଜିଲ୍ଲା ପ୍ରତିନିଧି ରାସବିହାରୀ ଦାସଙ୍କ ସମେତ କାର୍ଯକାରୀ କମିଟି
ତଥା ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଉପଦେଷ୍ଟା ଶ୍ରୀପାଢୀ ଏବଂ ଡାକ୍ତର ପାଢୀ ମତବ୍ୟକ୍ତ କରିଥିଲେ ଯେ ମଧୁବାବୁ ଙ୍କ ସ୍ବତନ୍ତ୍ର ପ୍ରଦେଶ ଗଠନ ସ୍ବପ୍ନ କୁ ଉତ୍କଳ ଜନନୀ ଙ୍କ ବରେଣ୍ୟ ବରପୁତ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଲା।ସଭାପତି ଡ.ସାହୁ ମତବ୍ୟକ୍ତ କରିଥିଲେ ଯେ ମହାରାଜା ଜଣେ ତ୍ୟାଗୀ ପୁରୁଷ ତାଙ୍କ ଆଦର୍ଶ ଆମ ପାଇଁ ସର୍ବଦା ସ୍ମରଣୀୟ।
ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଡାକ୍ତର ସାହୁ, ସମ୍ପାଦକ ଶ୍ରୀପଲ୍ଲବ, ସମିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ଆଲୋଚକ ଡ଼କ୍ଟର ପାଣିଗ୍ରାହୀ ଯୁଗ୍ମ ସମ୍ପାଦକ ଡାକ୍ତର ସ୍ବାଇଁ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହିଅବସରରେ ନବୀନ ପଟ୍ଟନାୟକ ସ୍ବରଚିତ କବିତା ପାଠ କରିଥିବା ବେଳେ ସର୍ବଶ୍ରୀ ଅଶୋକ କୁମାର ସାହୁ, କୃଷ୍ଣଚନ୍ଦ୍ର ଦାସ,ଡାକ୍ତର ସମେନ୍ଦ୍ର କୁମାର ସାହୁ, ଡ.ରବି ନାରାୟଣ ମିଶ୍ର,ଡ.ଶରତ ଜେନା,କାହ୍ନୁ ବାଳକୃଷ୍ଣ ବିହାରୀ,ରାଜକିଶୋର ସ୍ବାଇଁ,ସୂର୍ଯକାନ୍ତ ପାତ୍ର,ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ, ଶ୍ରୀମତୀ ସ୍ବର୍ଣପ୍ରଭା
ମିଶ୍ର,ନରସିଂହ ପାଢ଼ୀ,ହାଡିବନ୍ଧୁ ମାଳି,ତାରିଣୀ ପ୍ରସାଦ ନାୟକ, ସୁକାନ୍ତ ପାଢ଼ୀ,ସମୀର ସାବତ,
ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here