କରୋନା ସଂକ୍ରମଣ ପ୍ରାଦୁର୍ଭାବ ମୁକାବିଲା ନେଇ ସାନଖେମୁଣ୍ଡି ରେ କୋଭିଡ ଯୋଦ୍ଧା ଙ୍କୁ ମୂଳମନ୍ତ୍ର ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ ।

0
134

 

ବ୍ରହ୍ମପୁର ୨୯/୦୬/୨୦୨୦:
ବିଶ୍ଵ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ଉତ୍ପିଡିତ ରେ ବିଜ୍ଞ ଆଧୁନିକ ସଭ୍ୟତା କିମାକାର ହୋଇଯାଇଛି ।ଚାଇନାରୁ ଉତ୍ପତ୍ତି ହୋଇ ସାରା ଦୁନିଆ କୁ କବଳିତ କଲାପରେ କରୋନା ସମ୍ପ୍ରତି ଭାରତରେ ଅନୁପ୍ରବେଶ କରି ତାଣ୍ଡବ ଅନୁକୂଳ କରୁଥିବା ବେଳେ ସାଧାରଣ ଅବହେଳା ଓ ସଚେତନତା ଅଭାବ କାରଣରୁ ଗୋଷ୍ଠୀ ସଂକ୍ରମଣ ର ପୂର୍ବବର୍ତ୍ତୀ ସୋପାନରେ ଥାଇ ପ୍ରଶାସନିକ ରଣନୀତି ଅପେକ୍ଷାରେ ଥିବା ଜଣାଯାଇଛି।ଏହି ସ୍ଥିତିକୁ ଆକଳନ କରି ଆଗାମୀ କରୋନା ଯୁଦ୍ଧର ଯୋଦ୍ଧା ହିସାବରେ ଅଞ୍ଚଳ ସେନାପତି ହିସାବରେ ପ୍ରଶାସନିକ ଅଧିକାରୀ ,ଡାକ୍ତର,ସ୍ବାସ୍ଥ୍ୟକର୍ମୀ, ପୋଲିସ୍ ବାହିନୀ ସହିତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ଅତୀବ ଗୁରୁତ୍ବପୁର୍ଣ ହୋଇଥିବାରୁ ସୁଚିନ୍ତିତ ଉପାୟରେ ପଦକ୍ଷେପ ମାନ ଗ୍ରହଣ କରି କରୋନା ବିପକ୍ଷଯୁଦ୍ଧରେ ନିଶ୍ଚିତ ବିଜୟ ହାସଲ କରିବା ନେଇ ଅଙ୍ଗୀକାରବଦ୍ଧ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲଙ୍ଗେ ଆଜି ସାନଖେମୁଣ୍ଡି ରେ ଅନୁଷ୍ଟିତ ସ୍ଵତନ୍ତ୍ର କରୋନା ସଂକ୍ରମଣ ନିରୋଧୀ ପରିଚାଳନା ବୈଠକରେ ଉପସ୍ଥିତ ଅଧିକାରୀ ,ଜନ ପ୍ରତିନିଧିଙ୍କୁ ଅନୁପ୍ରାଣିତ କରିଛନ୍ତି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଉପସ୍ଥିତ ଥିବା ବେଳେ ତହସିଲର ସ୍ଵତନ୍ତ୍ର କୋବିଡ ଅଧିକାରୀ ତପନ କୁମାର ପରିଡ଼ା , ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାର ପ୍ରାପ୍ତ ଅଧିକ୍ଷକ ଡ଼ା ବାହାନ ଦାସ ,ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ ,ଭାରପ୍ରାପ୍ତ ଶିଶୁ ବିକାଶ ଅଧିକାରୀ ସରୋଜିନୀ ବେହେରା ପ୍ରମୁଖଙ୍କ ସହିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।
ଆଲୋଚନା କ୍ରମରେ ବ୍ଲକ ଅଞ୍ଚଳରେ ବଢୁଥିବା କରୋନା ପୋଜୀଟିଭ୍ ହାରକୁ ଦେଖି ବିଚଳିତ ନ ହେବାକୁ ଜିଲ୍ଲାପାଳ ପ୍ରେରଣା ଦେଇଥିଲା ବେଳେ ଏହାର ସୁପରିଚାଳନା ର ଦିଗଦର୍ଶନ କରାଇଥିଲେ ।ଲକ୍ଷଣ ପ୍ରକାଶ ପରେ ପରେ ପ୍ରବାସୀଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ପରିବାର ସଦସ୍ୟଙ୍କ ପ୍ରତି ବିଶେଷ ନଜର ରହିବା ସହ ସ୍ୱାବ ପରୀକ୍ଷାକୁ ପ୍ରାଥମିକତା ଦେଇଥିଲେ ।ସରପଞ୍ଚ ଙ୍କ ଦ୍ଵାରା କଣ୍ଟେନମେଣ୍ଟ ଘୋଷଣା ପରେ ଅଞ୍ଚଳରେ ୱାର୍ଡ଼ ୱାରି କଣ୍ଟାକ୍ତ ଟ୍ରେଶୀଙ୍ଗି କରି ସଚେତନତା ସୃଷ୍ଟି କରାଯିବାକୁ ଗୁରୁତ୍ୱାରୋପ କରିଥିଲେ । ମାସ୍କ୍ ବ୍ୟବହାରକୁ ବ୍ୟାପକତା କରାଇବା ,ସାମାଜିକ ଦୂରତା ସୃଷ୍ଟିକରିବା ସହିତ ୱାର୍ଡ଼ ସ୍ତରରେ ସଚେତନତା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ ।ସରପଞ୍ଚ ମାନଙ୍କ ମଧ୍ୟରୁ ପ୍ରଭାକର ପାଣିଗ୍ରାହୀ ,ସୁଶାନ୍ତ ସ୍ବାଇଁ ନୀଳମାଧବ ରାଉତ ,ନିରାକାର ପ୍ରଧାନ ଏବଂ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖଙ୍କ ପ୍ରବାସୀ ଫେରନ୍ତା ଙ୍କ ସଂଗରୋଧ ପ୍ରକ୍ରିୟା ଜନିତ ସମସ୍ୟା ଓ ପୋଜୀଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here