ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ସ୍କ୍ରିନିଂ ଟେଷ୍ଟ ଓ ସ୍ୱାବ ଟେଷ୍ଟ ।

0
156

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ସ୍କ୍ରିନିଂ ଟେଷ୍ଟ ଓ ସ୍ୱାବ ଟେଷ୍ଟ ।

ହିଞିଳିକାଟୁ,୩୦/୦୬/୨୦୨୦: ଗଞ୍ଜାମ ଜିଲ୍ଲାରେ ମାହାମାରୀ କରୋନା ଦ୍ରୁତ ଗତିରେ ବଢ଼ିରେ ଲାଗିଛି । କରୋନା ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ୱର ହୋଇ ଜନସାଧାରଣଙ୍କୁ ସଚେତନତା ବିଭିନ୍ନ ମାଧ୍ୟମରେ କରାଯାଇଛି ।ସେହିପରି ହିଞିଳିକାଟୁ ପୋୖରାଞ୍ଚଳ ରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୭ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଏହାକୁ ପ୍ରତିହିତ କରିବା ନିମନ୍ତେ ସ୍ଥାନୀୟ ସହରକୁ କଣ୍ଟେନମେଣ୍ଟ ରୁପେ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ବାସୀ ଅତ୍ୟାବଶ୍ୟକ ନଥିଲେ ସହରକୁ ଆସିବ ନାହିଁ ନିର୍ଦେଶ ରହିଛି ।ଏବଂ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ, ଓ ଆର.ବି.ଏସ.କେ ସ୍ୱାସ୍ଥ୍ୟ କର୍ମୀ ଡ଼ଃ ସ୍ୱପ୍ନାରାଣୀ ମିଶ୍ର ଏବଂ ତାଙ୍କ ଟିମ ସହିତ ହିଞିଳିକାଟୁ ରେଗିଡ଼ି ସାହି ସମେତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିବା ସହ ଥର୍ମଲ ସ୍କ୍ରିନିଂ କରାଯାଇଥିଲା ।କରୋନା କିଛି ଲକ୍ଷଣ ଦେଖାଦେଇଥିବା ବ୍ୟକ୍ତିଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିବା ଡ଼ଃ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଘମିତ୍ରା ପ୍ରଧାନ,ହରପ୍ରିୟା ନାୟକ, ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଚିନ୍ମମୟୀ ସାହୁ ଉପସ୍ଥିତ ଥିଲେ ।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here