ବୁଗୁଡା ପ୍ରଶାସନ ସିଲ କଲେ ଜ୍ୟୋତି ଏକ୍ସରେ କ୍ଲିନିକ

0
143

 

ବୁଗୁଡା, ୩୦/୦୬/୨୦୨୦ବୁଗୁଡାର ଜ୍ୟୋତି ଏକ୍ସରେ କ୍ଲିନିକରେ ଜଣେ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ହୋଇଥିବା ଜଣାପଡିବା ପରେ ପ୍ରଶାସନ କ୍ଲିନିକକୁ ସିଲ କରିଛନ୍ତି। ଘଟଣାରୁ ଜଣା ପଡ଼ିଛିଯେ ନୟାଗଡ଼ ଜିଲ୍ଲାର ଜଣେ ବ୍ୟକ୍ତି ବୁଗୁଡାର ଜଣେ ବ୍ୟକ୍ତିଙ୍କ ଘରକୁ ଆସିଥିବା ବେଳେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଜ୍ୟୋତି ଏକ୍ସରେ କ୍ଲିନିକରେ ରକ୍ତ ପରୀକ୍ଷା କରିଥିଲେ। ବୁଗୁଡ଼ାରୁ ନୟାଗଡ଼ ଗଲାପରେ ସେଠାରେ ସେହି ବ୍ୟକ୍ତିଙ୍କ ସ୍ଲାବ ଟେଷ୍ଟ ପରେ କରୋନା ପଜିଟିଭ ଚିହ୍ନଟ ହେବାପରେ ସେ କେଉଁ କେଉଁ ସ୍ଥାନକୁ ଓ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ ପଚାରି ବୁଝା ଯାଇଥିଲା। ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ବକ୍ତବ୍ୟକୁ ଆଧାର କରି ଜ୍ୟୋତି ଏକ୍ସରେ କ୍ଲିନିକକୁ ସିଲ କରାଯାଇଛି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ କର୍ମଚାରୀ ବୃନ୍ଦ କ୍ଲିନିକକୁ ସିଲ କରିଥିଲେ।


ରିପୋର୍ଟ:ଅନିଲ୍ କୁମାର ମହାରଣା

LEAVE A REPLY

Please enter your comment!
Please enter your name here