ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

0
114

 

ଛତ୍ରପୁର,୦୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ୍ – ୧୯ ସଂପର୍କୀତ ନିୟମ ପ୍ରବର୍ତ୍ତନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ସେ ଛତ୍ରପୁର ଠାରେ ଦକ୍ଷିଣାଞ୍ଚଳ ରେଞ୍ଜ ଡି.ଆଇ.ଜି, ଆରକ୍ଷୀ ଅଧିକ୍ଷକ ଗଞ୍ଜାମ ଓ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁରଙ୍କ ସହ ଜିଲ୍ଲାରେ କୋଭିଡ୍ -୧୯ ସ୍ଥିତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସେ ସହରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ବ ଅବଲମ୍ବନ ସହ କୋଭିଡ୍ -୧୯ ସଂପର୍କୀତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ଯରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମର ପ୍ରଶଂସା କରିବା ସହ ପୋଲିସକୁ ସହଯୋଗ ପାଇଁ ଗଞ୍ଜାମ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଆରକ୍ଷୀ ମହା ନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲା ପୋଲିସର ମନବଳକୁ ଉଚ୍ଚ କରିବାରେ ନିଶ୍ଚିତ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here