ତାଳସର ପଞ୍ଚାୟତର ପୂର୍ବତନ ସମିତି ସଭ୍ଯାଙ୍କ ଦେହାନ୍ତ

0
214

 

ଗଞ୍ଜାମ,୧୨/୦୭/୨୦୨୦ ( ଟୁକୁନା ପ୍ରଧାନ) – :ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ପୂର୍ବତନ ସମିତି ସଭ୍ଯା ବଙ୍ଗାଳୀ ଭୂୟାଁ ଙ୍କର ଦେହାନ୍ତ ହୋଇଯାଇଛି l ମୃତ୍ୟୁ ବେଳେକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା l କିଛି ଦିନ ହେଲେ ତାଙ୍କ ଦେହ ଅସୁସ୍ଥ ଥିଲା l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ଝିଅ, ଜ୍ୱାଇଁ ଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁରେ ପୂର୍ବତନ ସମିତି ସଭ୍ୟ ବୁଲା ଜେନା, ପଦ୍ମ ଚରଣ ସ୍ଵାଇଁ, ଭାସ୍କର ଦାଶ ଙ୍କ ସମେତ ବହୁ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ମିଷ୍ଟଭାଷୀ ଓ ଧର୍ମପରାୟଣା ମହିଳା ଥିଲେ ।

LEAVE A REPLY

Please enter your comment!
Please enter your name here