ବିଦେଶୀ ମହାପାତ୍ର ଙ୍କ ହୃଦଘାତ ରେ ମୃତ୍ଯ !

0
138

 

ଗଞ୍ଜାମ,୧୨/୦୭/୨୦୨୦ (ଟୁକୁନା ପ୍ରଧାନ) – :ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମ ର ବିଦେଶୀ ମହାପାତ୍ର (୫୦)ଙ୍କ ହୃଦଘାତ ରେ ମୃତ୍ଯ ବରଣ କରିଛନ୍ତି ।ସେ କ୍ଷୁଦ୍ର ଜଳସେଚନ ବିଭାଗ ର ଜଣେ ଅସ୍ଥାୟୀ କର୍ମଚାରୀ ଏବଂ ସାହାରା ଇଣ୍ଡିଆ ର ଜଣେ କର୍ତ୍ତ୍ୟବ୍ୟ ନିଷ୍ଠ ଏଜେଣ୍ଟ ଥିଲେ । ଲୋକମାନଙ୍କର ଟଙ୍କା ଠିକ୍ ସମୟରେ ସେ ନ ଦେଇ ପାରୁଥିବାରୁ ଲୋକମାନେ ଆସି ତାଙ୍କ ଘରେ ତାଙ୍କୁ ବିଭିନ୍ନ ପ୍ରକାରର ମାନସିକ ଚାପ ସୃଷ୍ଟି କରୁଥିଲେ ବୋଲି ତାଙ୍କ ଘର ଲୋକ ପ୍ରକାଶ କରିଛନ୍ତି । ଏଥି ସହିତ ଶ୍ରୀ ମହାପାତ୍ର ଟଙ୍କା ଫେରସ୍ତ ନିମନ୍ତେ ସାହାରା ଇଣ୍ଡିଆ କର୍ତ୍ତୁପକ୍ଷଙ୍କୁ ବାରମ୍ବାର କହିଥିଲେ ମଧ୍ଯ ସେମାନେ ଶୁଣୁନାହାନ୍ତି ବୋଲି ତାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି । ଏବଂ ସେ ମାନସିକ ଚାପରେ ରହୁଥିଲେ ବୋଲି କହିଛନ୍ତି ।ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ ।

LEAVE A REPLY

Please enter your comment!
Please enter your name here