ସ୍ବର୍ଗତ ଅମର ସାହୁଙ୍କ ଉପଲକ୍ଷେ ସ୍ମୃତିସଭା

0
250

 

ବୁଗୁଡା, ୦୪/୦୮/୨୦୨୦ : ବୁଗୁଡା ସହର ଅନ୍ତର୍ଗତ ବି.ଡ଼ି.ପୁର ବୁଦ୍ଧଗିରି ବିଦ୍ୟାପୀଠର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ତଥା ବୁଗୁଡା ବ୍ଲକ ଓଷ୍ଟାର ସଭାପତି ଅମର ସାହୁଙ୍କ କରୋନାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକର ବିରଞ୍ଚିପୁର ଗ୍ରାମର ଶ୍ରୀ ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ତାଳସାକର ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଗୌରୀ ଶଙ୍କର ମିଶ୍ର ସ୍ବର୍ଗତ ଅମର ସାହୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ବର୍ଗତ ସାହୁଙ୍କ ଆତ୍ମାର ସଦଗତି ପାଇଁ ପ୍ରଥମେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହାପରେ ସାମାଜିକ ଦୂରତା ବଜାୟ ରଖି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଶଙ୍କୁରୁ ହାଇ ସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ଵାଇଁ, ମୃତ୍ୟୁଞ୍ଜୟ ହୋତା, ବି.ଗୋପାଳ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ଗୌଡ଼, ପ୍ରକାଶ ଚନ୍ଦ୍ର ମହାରଣା,ବିଜୟ କୁମାର ବିଷୋୟୀ, ମନୋଜ କୁମାର ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ସ୍ବର୍ଗତ ଅମର ସାହୁ ଗୁଣଗାନ କରିଥିଲେ। ଏହି ସ୍ମୃତିସଭା ପରିଚାଳନାରେ ବିରଞ୍ଚିପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here