କରୋନା ବିଜୟୀ ହେଲେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀ ଚିନ୍ତାମଣି ଦ୍ୟାନ ସାମନ୍ତରା

0
167

 

ବ୍ରହ୍ମପୁର , ୧୫/୦୮/୨୦୨୦:ମହାମାରୀ କରୋନା ବିପକ୍ଷ ଯୁଦ୍ଧରେ ସମ୍ପ୍ରତି ହଜାର ହଜାର ସଂଖ୍ୟାରେ ସଂକ୍ରମଣ ପୀଡ଼ିତ ନିଜ ଜୀବନକୁ ବାଜି ଲଗାଇ ପରାଜୟ ବରଣ କରି ଜୀବନ ହରାଉଥିବା ଅବସରରେ ନିଜର ଦୃଢ଼ ପ୍ରତିଜ୍ଞ ବଞ୍ଚିବାର ଜିଜ୍ଞାସା ଏବଂ ଅବଦମନୀୟ ପ୍ରଚେଷ୍ଟାକୁ ପାଥେୟ କରି ଦୁର୍ବାର କରୋନା ପଞ୍ଚାରୁ ମୁକୁଲିଛନ୍ତି ୮୦ ବର୍ଷୀୟ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୟାନ୍ ସାମନ୍ତରା ।ନିଜର ଶହଶହ ଅନୁଗତଙ୍କ ଭାବାବେଗ , ଚିକିଟି ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ତଥା କରୁଣାମୟଙ୍କ ଅପାର କରୁଣାରୁ କରୋନା ପୂର୍ବତନ ବାଚସ୍ପତିଙ୍କ ଠାରେ ପରାଜୟ ବରଣ କରିଅଛି ।

ବାର୍ଦ୍ଧକ୍ୟ ଜନିତ କାରଣରୁ ହଠାତ୍ ଅସୁସ୍ଥ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିବା ବେଳେ ଅଗଷ୍ଟ ୪ ତାରିଖରେ ସେ ପଜିଟିଭି ଚିହ୍ନଟ ହୋଇଥିଲେ l ଏହାପରେ ପୁଅ ମନୋରଞ୍ଜନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଇବାର ବ୍ୟବସ୍ଥା କଟାଇଥିଲେ । ଆଜି ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ପୁତ୍ର ମନୋରଞ୍ଜନ ଦ୍ୟାନସାମନ୍ତରା ସୂଚନା ଦେଇଛନ୍ତି। ପରିଣତ ବୟସ ସତ୍ତ୍ୱେ ଦୃଢ଼ ମନୋବଳ ଯୋଗୁଁ ୮୦ ବର୍ଷୀୟ ପୂର୍ବତନ ବାଚସ୍ପତି ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା ନିଜେ ଆରୋଗ୍ୟ ଲାଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ସାଜିଥିବା ଜଣାଯାଇଛି । ଆଜି ହସ୍ପିଟାଲରୁ ମୁକ୍ତ ହେବା ପରେ ସେ ନିଜକୁ କରୋନାରୁ ସୁସ୍ଥ ହେବା ନେଇ ନୀଳ ପ୍ରତିକ୍ରିୟାରେ କରୋନା ବିପକ୍ଷ ଲଢେଇକୁ ଭାୟା ନକରି ଦୃଢ ମନୋବଳ ସହିତ ଧୈର୍ଯ୍ୟପୂର୍ଣ ମୁକାବିଲା କଲେ କରୋନାତ ନିଶ୍ଚିତ ପରାଜୟ ଏବଂ ମାନବ ସମାଜର ବିଜୟ ସୁନିଶ୍ଚିତ ଏହି ପ୍ରତିକ୍ରିୟା ରଖିଛନ୍ତି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here