କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ଓ ସ୍ୱାସ୍ଥ୍ୟକର୍ମୀ ସମ୍ବର୍ଦ୍ଧିତ.

0
164

 

କୁକୁଡାଖଣ୍ଡି – ୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ)
କରୋନା ମୁକାବିଲା କ୍ଷେତ୍ରରେ ଅନ୍ୟ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଛରେ ପକାଇ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା ରାମଚନ୍ଦ୍ର ମହାପାତ୍ର ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନ ଶ୍ରେଷ୍ଠ କରୋନା ଯୋଦ୍ଧା ଭାବେ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଛନ୍ତି l ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକ ଉଭୟଙ୍କୁ ମାନପତ୍ର ଦେଇ କରୋନା ଯୋଦ୍ଧା ଭାବେ ସମ୍ମାନିତ କରି ଉଭୟଙ୍କୁ ଏହାର ସୃତି ନିମନ୍ତେ ଦୁଇଟି ବୃକ୍ଷଚାରା ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହତା ମଧ୍ୟରେ ଏହି ବୃକ୍ଷଚାରା ରୋପଣ କରିବା ସହ କରୋନା ସମୟ ରେ ଲୋକଙ୍କୁ ଅଧିକ ଜନ ସେବା ଯୋଗାଇବା ପାଇଁ ଉଭୟ ଶପଥ କରିଥିଲେ l କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀ ଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ କରୋନା ଯୋଦ୍ଧା ପୁରସ୍କାର ପାଇବା ପାଇଁ ଆମେ ସକ୍ଷମ ହୋଇଛୁ ବୋଲି ଉଭୟ କହିବା ସହ ଜିଲ୍ଲା ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here