ଶିବଶକ୍ତି ଯୁବକ ମଣ୍ଡଳ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ।

0
354

ବ୍ରହ୍ମପୁର, ୨୭/୦୯/୨୦୨୦ (ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଭଳି ଭୟଙ୍କର ରୋଗ ରେ ରକ୍ତ ଅଭାବ ଦେଖାଦେଇଥିବାରୁ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମ ପଂଚାୟତ ଏ. ବରିଡା ଗ୍ରାମରେ ଶିବଶକ୍ତି ଯୁବକ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ନାରାୟଣ ପ୍ରଧାନ ଙ୍କ ତତ୍ୱବାଧାନରେ ଗ୍ରାମର ଶଙ୍କରମାର୍ଗ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କୁ ସମାଜ ସେବୀ ବଂଶୀଧର ନାହାକ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ମଣ୍ଡଳ ପକ୍ଷରୁ ମୋଟ ୫୬ ଜଣ ରକ୍ତଦାତା ରକ୍ତ ଦେଇଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲ କର୍ତ୍ତୃପକ୍ଷ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସଭାପତି ନବଘନ ପ୍ରଧାନ, ପ୍ରମୋଦ ମାଝୀ, ଶିବଶକ୍ତି ଯୁବକ ମଣ୍ଡଳ ର ସମ୍ପାଦକ ତଥା ବିଜ୍ଞାନ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ପ୍ରଦୀପ ମହାପାତ୍ର,ଅମର ପ୍ରଧାନ ସମତେ ଗ୍ରାମର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଶିବଶକ୍ତି ଯୁବକ ମଣ୍ଡଳ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here