ନିଖୋଜ ଅକ୍ଷମ ଆଦିବାସୀ ବୟସ୍କା ମହିଳାଙ୍କ ନିଖୋଜ ଘଟଣାର ପର୍ଦ୍ଧାଫାଶ ଦାବିରେ ସମ୍ପର୍କୀୟଙ୍କ ସହ ଦିଗପହଣ୍ଡି ବିଜେପିର ଥାନାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ ।

0
151

ବ୍ରହ୍ମପୁର,୨୭/୧୦/୨୦୨୦: ଦିଗପହଣ୍ଡି ବ୍ଲକ୍ ଅଞ୍ଚଳରେ ଦୀର୍ଘଦିନ ଧରି ଆଇନ ଶୃଙ୍ଖଳା ସ୍ଥିତି ନେଇ ସାଧାରଣରେ ବିସ୍ମୟ ଭାବ ସୃଷ୍ଟି ହେଉଥିବା ବେଳେ ଚୋରୀ , ରାଜନୈତିକ ଆତଙ୍କରାଜ , ଗଣଦୁଷ୍କର୍ମ ଓ ହତ୍ୟା ଆଦି ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଖବର ଜନଜୀବନକୁ ପ୍ରଭାବିତ କରିଅଛି । ଗୋଟିଏ ବ୍ଲକରେ ଦୁଇ ଗୋଟି ଥାନା କାର୍ଯ୍ୟ କରୁଥିଲେ ମଧ୍ୟ ନିରିହଙ୍କୁ ନ୍ୟାୟ ଦେବାରେ ବିଫଳତାକୁ ନେଇ ବୁଦ୍ଧିଜୀବି ଚିନ୍ତିତ ଥିବା ବେଳେ ରାଜନୈତିକ ମହଲରେ ଆଲୋଚ୍ୟ ହୋଇଅଛି ।
ସୂଚନା ପ୍ରକାରେ କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଲି ଗ୍ରାମର ଜନୈକ ହରିଜନ ବର୍ଗର ଶିକ୍ଷିତା ଯୁବତୀକୁ ନଦୀ ପଠାରେ ଦୁଷ୍କର୍ମ ଘଟଣାର ବହୁଦିନ ବିଟିଥିଲେ ମଧ୍ୟ ପୋଲିସର ମାମଲା ପରିଚାଳନା ଓ ଅପରାଧୀ ଚିହ୍ନଟ ନ ହେବା , ବମକୋଇ ଗ୍ରାମରେ ଦିବାଲୋକରେ ଖଣ୍ଡା ଧାରି ଉନ୍ନତ ଯୁବକଙ୍କ ରାହାଜାନୀ ସହ ନିର୍ଦ୍ଧିଷ୍ଟ ଦଳୀୟ କର୍ମୀଙ୍କୁ ଆକ୍ରମଣ କରିବା , ଜୁଆ ଖେଳ ସାର୍ବଜନୀନ ହେବା ସହ ଅଞ୍ଚଳକୁ ଚୋରା ବେପାରୀଙ୍କ ଆଡ୍ଡାସ୍ଥଳୀ କରିଥିବା ଅଭିଯୋଗ ରହିଥିବା ବେଳେ ଦିଗପହଣ୍ଡି ଥାନା ଅଂଚଳରେ ମଧ୍ୟ ତଦୃପ ଘଟଣା ଘଟୁଥିବା ଦୃଷ୍ଟି ଗୋଚର ହୋଇଅଛି । ଉଭୟ ଥାନା ଅଭିଜ୍ଞତା ସମ୍ପନ୍ନ ଥାନାଧିକାରୀ ଦାୟିତ୍ୱରେ ଥିଲେ ମଧ୍ୟ ସାମ୍ପ୍ରତିକ ଘଟଣାବଳୀକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଯାଇଅଛି ।

ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣବଗଡ ଗ୍ରାମର ଜନୈକ ଆଦିବାସୀ ବର୍ଗର ବୟସ୍କା ଶାରୀରିକ ଅକ୍ଷମ ମହିଳାଙ୍କୁ ସେବା କରୁଥିବା ସମ୍ପର୍କୀୟ ଝିଆରୀଙ୍କୁ ଆକ୍ରମଣ କରି ଘଉଡାଇବା , ପରେ ଅକ୍ଷମ ମହିଳାଙ୍କ ଘରେ ପଶି ଆକ୍ରମଣ କରିବା , ଲୁଟ ପାଟ କରିବା ପରେ ସମ୍ପୃତ ମହିଳା ନିଖୋଜ ହେବା ନେଇ ଥାନାରେ ଏତଲା ହୋଇଥିଲା । ଗତ ତା – ୧୨/୧୦ ରିଖରେ ଥାନରେ ଏତଲା ପରେ ମଧ୍ୟ ନିଖୋଜ ମହିଳାଙ୍କ ସନ୍ଧାନ ଅଦ୍ୟାବଧି ମିଳିନଥିବା ନେଇ ଆଜି ନିଖୋଜ ମହିଳାଙ୍କ ସମ୍ପର୍କୀୟଙ୍କ ସହ ଆଜି ବ୍ଲକ ବିଜେପି ପକ୍ଷରୁ ଦିଗପହଣ୍ଡି ଥାନାରେ ପହଞ୍ଚି ଥାନାଧିକାରୀଙ୍କ ସହ ଆଲୋଚନା ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ପରେଶ ଚନ୍ଦ୍ର ରଥ ,ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢୀଙ୍କ ଉପସ୍ଥିତିରେ ଏତଲାକାରୀ ନିଖୋଜ ମହିଳାଙ୍କ ସମ୍ପର୍କୀୟା ହେମଲତା ମଲିକ , ନାରାୟଣ ମଲିକ , ଆଲୋକ ନାୟକ , ଶିମଞ୍ଚଳ ସାସମଲ ପ୍ରମୁଖ ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ ।ଏଥି ସହିତ ନିଖୋଜ ମହିଳାଙ୍କ ସହ ପୂର୍ବ ଦିନର ସତୃତାରେ ଥିବା ସନ୍ଧିଗ୍ଧଙ୍କୁ ଅନୁସନ୍ଧାନ ପରିସରକୁ ଆଣି ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି ରଖିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here