ହରିଡାଚିରା ଗ୍ରାମରେ ୩ ବଖରା ଘରପୋଡି

0
321

ବୁଗୁଡା, ୦୬/୧୧/୨୦୨୦: ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, କରଚୁଲି ଗ୍ରାମ ପାଞ୍ଚାୟତର ହରିଡାଚିରା ଗ୍ରାମର ତିନୋଟି ପରିବାରର ୩ ବଖରା ଘର ପୋଡିଯାଇଥିବା ଜଣାପଡିଛି। କୌଣସି କାରଣ ଯୋଗୁଁ ହରିଡାଚିରା ଗ୍ରାମର ସାଗରିକା ନାୟକ, କୁମାରୀ ନାୟକ, ଓ ବଂଶୀଧର ନାୟକଙ୍କ ଏକ ବଖରା ଲେଖାଁଏ ଘରରେ ନିଆଁ ଲାଗିଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ କରଚୁଲି ସରପଞ୍ଚ ଧୋବା ପ୍ରଧାନ ପହଞ୍ଚି ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଅବଗତ କରାଇବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ। ତହସିଲଦାର ଶ୍ରୀ ଜେନା ଅଫିସ କାର୍ଯ୍ୟରେ ଭଞ୍ଜନଗର ଚାଲିଯାଇଥିବା ବେଳେ ତାଙ୍କ ନିର୍ଦ୍ଦେଶ କ୍ରମେ ବି.କରଡ଼ାବାଡ଼ି ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ସରକାରୀ ନିୟମ ପ୍ରକାରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଦିଆଯିବ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here