ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ

0
142

ବୁଗୁଡା,୨୬/୧୧/୨୦୨୦: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୁଗୁଡା କଲ୍ୟାଣୀ ମଣ୍ଡପ ପରିସରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ନଭେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଓ ସାନିଟାରୀ ଅଫିସର କାଳୁ ଚରଣ ରଥ ପ୍ରଶିକ୍ଷକ ଭାବେ ଯୋଗ ଦେଇ ସ୍ୱଚ୍ଛସାଥି, ସଫେଇ କର୍ମଚାରୀ ଓ ଏନଏସି କର୍ମଚାରୀ ବୃନ୍ଦଙ୍କୁ ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୧ ବିଷୟରେ ତାଲିମ ପ୍ରଦାନ କରିଥିଲେ। ୨୦୨୧ ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ବେଳେ ବୁଗୁଡା ସହରକୁ ସ୍ୱଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବାକୁ ବିଭିନ୍ନ ପ୍ରସ୍ତାବ ନେଇ ତାଲିମ ପ୍ରଦାନ କରିଥିଲେ। ଦିନ ପରିବର୍ତ୍ତେ ରାତ୍ରରେ ସହରକୁ ସଫା କରିବା ସହ ଜନସାଧାରଣଙ୍କ ସହ ଉତ୍ତମ ବ୍ୟବହାର ଦେଖାଇ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରି ଗାଡ଼ିରେ ପକାଇବାକୁ ପରାମର୍ଶ ପ୍ରଦାନ କରିଥିଲେ। ଯେଉଁମାନେ ଉତ୍ତମ କାର୍ଯ୍ୟ ସମ୍ପାଦନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବା ଏବଂ ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଇଥିଲେ। ସେଥିପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରବାକୁ ପରାମର୍ଶ ଦେଇଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here