ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ପୁଲିସକୁ ଜଗିବ ସିସିଟିଭି

0
332

ନୂଆଦିଲ୍ଲୀ,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ପୁରୀ ସହର ହେଉ କି ପିପିଲି ଅବା ତାମିଲନାଡୁରେ ଘଟୁଥିବା ହାଜତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଦେଶର ସବୁ ପୁଲିସ୍‌ ଷ୍ଟେସନ, ସିବିଆଇ, ଏନଆଇଏ, ଏନସିବି ଓ ଇଡି ସେମାନଙ୍କ ପଚରାଉଚରା ରୁମ ଏବଂ ହାଜତରେ ସିସିଟିଭି କ୍ୟାମେରା ଓ ଅଡିଓ ରେକର୍ଡର ଲଗାଇବେ। ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ।ତଦନ୍ତକାରୀ ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ ସେମାନଙ୍କ ଅଧୀନରେ ଥିବା ପୁଲିସ ଷ୍ଟେସନରେ ସିସିଟିଭି ଓ ଅଡିଓ ରେକର୍ଡର ବ୍ୟବସ୍ଥା କରିବେ। ସିକ୍ୟୁରିଟି କ୍ୟାମେରା ଏମିତି ସ୍ଥାନରେ ଖଞ୍ଜା ଯିବ ଯେମିତି ଏଥିରେ ହାଜତ ଠାରୁ ଆରମ୍ଭ କରି ପଚରାଉଚରା, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଦୃଶ୍ୟମାନ ହେଉଥିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ଅଧିକାଂଶ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କୁ ସେମାନଙ୍କ ଅଫିସକୁ ଡାକି ବି ଜେରା କରୁଛନ୍ତି। ଯେଉଁ ଅଫିସରେ ଏଭଳି ଜେରା କରାଯାଉଥିବ, ସେଠାରେ ମଧ୍ୟ ସିସିଟିଭି ଲାଗିବ। କ୍ୟାମେରାଗୁଡ଼ିକ ପୁଲିସ୍‌ ଷ୍ଟେସନର ପ୍ରବେଶ, ପ୍ରସ୍ଥାନ, ହାଜତ, କରିଡର, ଲବି ଓ ରିସେପସନ ଅଞ୍ଚଳରେ ବି ଲାଗିବ। ଏହାବାଦ ସବ ଇନସପେକ୍ଟର ଓ ଇନସପେକ୍ଟରଙ୍କ ରୁମ ଓ ୱାଶରୁମ୍‌ ବାହାରେ ମଧ୍ୟ ଅଡିଓ ରେକର୍ଡର ସହ ସିସିଟିଭି ଲାଗିବ।

LEAVE A REPLY

Please enter your comment!
Please enter your name here