ବେଗୁନିଆପଡା ବ୍ଲକ ସମ୍ମୁଖରେ ଧାରଣା ରେ ବସିବେ ପୂର୍ଣ୍ଣଚନ୍ଦ୍ର !

0
405

ବ୍ରହ୍ମପୁର, ୦୩/୧୨/୨୦୨୦( ଟୁକୁନା ପ୍ରଧାନ) -:ସାତ ଦିନ ଭିତରେ ନିଯୁକ୍ତି ନ ଦେଲେ (ଅର୍ଥାତ୍ ଆସନ୍ତା ବୁଧବାର ଦିନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ପଞ୍ଚାୟତ ର ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ବ୍ଳକ ସମ୍ମୁଖରେ ଧାରଣା ରେ ବସିବେ ବୋଲି ସେ ଆସିକା ସାଂସଦ, କବିସୂର୍ଯ୍ଯନଗର ବିଧାୟିକା, ଗଞ୍ଜାମ ଜିଲ୍ଲାପାଳ, ଡିପିଏମ୍ ଛତ୍ରପୁର, କାର୍ଯ୍ୟରତ ସାମ୍ବାଦିକ, ବେଗୁନିଆପଡ଼ା ବ୍ଳକ ବି ଡି ଓ, ବି ପି ଏମ୍, ବ୍ଳକ ଅଧକ୍ଷା, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଙ୍କୁ ଲିଖିତ ପତ୍ର ଦେଇଥିବା ପ୍ରକାଶ କରିଛନ୍ତି । ପୂର୍ଣ୍ଣ ଚନ୍ଦ୍ର ଙ୍କ କହିବା ମୁତାବକ ସେ ଓଡ଼ିଶା ଜିବିକା ମିସନ୍ ର ପ୍ରାଣୀ ମିତ୍ର ପଦବୀ ପାଇଁ ଆବେଦନ କରିଥିଲେ ଏବଂ ଆବଶ୍ୟକ ପରୀକ୍ଷା ମଧ୍ୟ ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ତାଙ୍କୁ ନିଯୁକ୍ତି ଦିଆ ହେଉ ନାହିଁ ଏ ସମ୍ପର୍କରେ ଆଗରୁ ମଧ୍ଯ ସେ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଡିଓ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଜଣାଇଥିଲେ କିନ୍ତୁ କିଛି ସୁଫଳ ନ ମିଳିବାରୁ ଶେଷରେ ସେ ଧାରଣା ରେ ବସିବେ ବୋଲି ପ୍ରକାଶ କରିଛନ୍ତି ।ଦେଖାଯାଉ ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here