ରାହାଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି, ଆଗ ଅପେକ୍ଷା ରୋଗୀ ସଂଖ୍ୟା କମ୍, ଦୁଇ ବର୍ଷ ଧରି ହୋଇନି ରୋଗୀ କଲ୍ୟାଣ ସମିତି ବୈଠକ, ସ୍ୱାସ୍ଥ୍ୟ କେନ୍ଦ୍ର ଚାରିପାଖ ଖୋଲା ମେଲା ।

0
151

 

ବ୍ରହ୍ମପୁର,୦୪/୧୨/୨୦୨୦( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ର ରାହାଡ଼l ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତରୀ ପଦବୀ ଖାଲି ପଡ଼ିଛି ଫଳରେ ଆଗ ତୁଳନାରେ ରୋଗୀ ସଂଖ୍ଯା ମଧ୍ଯ କମ୍ ଆସୁଛନ୍ତି ବୋଲି ଜଣାପଡ଼ିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି ୧୯୯୧ ମସିହାରେ ଆରମ୍ଭ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ଏହା ହାଇଦ୍ରାବାଦ ର କରୁଣା ଟ୍ରଷ୍ଟ ଦ୍ଵାରା ପରିଚାଳିତ ହେଉଛି । ବର୍ତ୍ତମାନ ଜଣେ ଆୟୁଷ ଡାକ୍ତର ଙ୍କ ଦ୍ଵାରା ଚାଲିଛି ରୋଗୀସେବା । ଏମ୍ ବି ବି ଏସ୍ ଡାକ୍ତର ସୁଶ୍ରୀ ମନୋଦର୍ଶନି ଙ୍କ ଏଠାରୁ ଇସ୍ତଫା ଦେବା କାରଣ ଜାଣିବା ପାଇଁ ତାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୋର ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ଇସ୍ତଫା ଦେଲି । କିନ୍ତୁ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀ ମାନେ ସେମାନଙ୍କ ନାମକୁ ଗୋପନ ରଖି କହିବା ମୁତାବକ ଯେ ଡାକ୍ତର ଙ୍କ ସହିତ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ଙ୍କ କଥା କଟାକଟି ସହିତ ମେଡିକାଲ୍ ର କିଛି କର୍ମକର୍ତ୍ତା ଙ୍କ ସହିତ ତାଳମେଳ ନ ରହିବାରୁ ସେ ଛାଡି ଚାଲି ଗଲେ । ବର୍ତ୍ତମାନ ଏ କଥା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି କିଏ ସେହି ବାହୁବଳୀ ରାଜନୈତିକ ବ୍ୟକ୍ତିବିଶେଷ ଓ କିଏ ସେହି ସ୍ୱାସ୍ଥ୍ୟକେନ୍ଦ୍ର ର କ୍ଷମତାଶାଳୀ ବ୍ୟକ୍ତି ଯାହାଙ୍କ ପାଇଁ ଇସ୍ତଫା ଦେଇ ଚାଲିଗଲେ ସାଧାରଣ ଲୋକଙ୍କୁ ସେବା ଯୋଗାଉ ଥିବା ଡାକ୍ତର । ଏକଥା ଆମେ କହୁନୁ ଏହା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।ଏଥିସହିତ ରୋଗୀ କଲ୍ୟାଣ ସମିତି ବୈଠକ ମଧ୍ଯ ଗତ ଦୁଇ ବର୍ଷ ଧରି ହୋଇ ନ ଥିବା ଜନସାଧାରଣ ରେ ଆଲୋଚନା ଚାଲିଛି । ଏଥିସହିତ ରୋଗୀ ଚିକିତ୍ସା ନିମନ୍ତେ କୋଠାରୀ ଅଭାବ ଥିବା ସାଙ୍ଗକୁ ବାଉଣ୍ଡାରି ୱାଲ୍ ଅର୍ଦ୍ଧେକ ନାହିଁ। ଦେଖିବାକୁ ମିଳିଛି ନୂତନ ଡାକ୍ତର ନିଯୁକ୍ତି ନେଇ କରୁଣା ଟ୍ରଷ୍ଟ ର ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହେ।ଇନଥିଲା । ଏନେଇ ଆୟୁଷ ଡାକ୍ତର ମନୋଜ କୁମାର ସାହୁ ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଏମ୍ ବି ବି ଏସ୍ ଡାକ୍ତର ଙ୍କୁ ମୁଁ ବହୁତ ବୁଝାଇଲି କିନ୍ତୁ ସେ ଇସ୍ତଫା ଦେଇ ଚାଲିଗଲେ କଣ ପାଇଁ ମୁଁ ଜାଣିନି । ଦେଖାଯାଉ ଏଦିଗରେ ଆଗକୁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here