କୃଷିବିଲକୁ ବିରୋଧ କରି ସାନଖେମୁଣ୍ଡିରେ ଭାରତବନ୍ଦ ଶାନ୍ତିପୂର୍ଣ୍ଣ ସଫଳ ।

0
168

ବ୍ରହ୍ମପୁର,୦୮/୧୨/୨୦୨୦: କେନ୍ଦ୍ର ସରକାରଙ୍କ ଦ୍ଵାରା କରୋନା ଭୁତାଣୁ ସଂକ୍ରମଣର ବିଭୀଷିକା ଅବ୍ୟବହିତରେ ତରବରିଆ ଭାବେ ପାରିତ କରିଥିବା ଦୁଇ ଗୋଟି କୃଷି ବିଲକୁ ନେଇ ସାରା ଭାରତର କୃଷକ ସମାଜ କ୍ଷୋଭର ସହ ସରକାରଙ୍କୁ ବିରୋଧ କରିଛନ୍ତି । ନୂତନ ବିଲ ପାରିତ ହେଲେ ଜୟ କିଶାନଙ୍କ ବିପର୍ଯ୍ୟୟ ହେବା ସହିତ ମୁଷ୍ଟିମେୟ କର୍ପୋରେଟ ସଂସ୍ଥା ଦ୍ଵାରା ଜୀବନ ଜୀବିକାର ସ୍ଵାଧୀନତାରେ ବାଧା ସୃଷ୍ଟି ହେଉଥିବା ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ପରନ୍ତୁ ଅନ୍ନଦାତାଙ୍କ ବିକଳ ବିରୋଧକୁ କେନ୍ଦ୍ର ସରକାର ବେନଜର କରିବା ସହିତ ଆଲୋଚନାକୁ ଆସୁନଥିବା ସୂଚନା ରହିଅଛି । ଅନ୍ୟ ଦିଗରେ ଉଭ୍ହଟ ଯୁକ୍ତିକରିବା ସହିତ ଆଲୋଚନାକୁ ନିଷ୍ଫଳ କରୁଛନ୍ତି । ରାଷ୍ଟ୍ରୀୟ ସ୍ତରର ଏହି କୃଷକ ସମସ୍ୟାକୁ ନେଇ ବିଗତ ଦିନରେ ସରକାରଙ୍କ ଅଣଦେଖା , କୃଷିଜାତ ଦ୍ରବ୍ୟର ଉପଯୁକ୍ତ ସର୍ବନିମ୍ନ ଦର , ବିପଣନ ସମସ୍ୟା , ଅହେତୁକ ଖାଉଟି ଦର ମୂଲ୍ୟବୃଦ୍ଧି ଆଦିକୁ ନେଇ କୃଷକଙ୍କ ଦ୍ଵାରା ଆହୂତ ଏହି ସମସ୍ୟା ସମାଧାନ ପାଇଁ ସର୍ବ ଭାରତୀୟ ସ୍ତରରେ ଜନ ସମର୍ଥନ ରହିଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି ।
ଏହି ପରିସ୍ଥିତିକୁ ଲକ୍ଷରଖି ରାଷ୍ଟ୍ରୀୟ କୃଷକ ମଞ୍ଚ ଆହ୍ଵାନରେ ଆଜି ଆହୂତ ହୋଇଥିବା ଭାରତ ବନ୍ଦକୁ ବହୁ ରାଜନୈତିକ ଦଳସମର୍ଥନ କରୁଥିବା ବେଳେ କଂଗ୍ରେସ , ସିପିଆଇ , ସମାଜବାଦୀ ପାର୍ଟି , ଆର୍ ଜେ ଡି ପ୍ରମୁଖ ସମର୍ଥନ କରିଛନ୍ତି । ଏହି ଅବସରରେ ଆଜି ସାନଖେମୁଣ୍ଡି ବ୍ଲକ୍ ସ୍ତରରେ ଆୟୋଜିତ ଭାରତ ବନ୍ଦ ଅଭିଯାନକୁ କଂଗ୍ରେସ ଓ ସିପିଆଇ ମିଳିତ ଭାବେ ପରିଚାଳନା କରିବା ସହିତ ସାତ ଘଣ୍ଟିଆ ବନ୍ଦ ପାଳନକୁ ଶାନ୍ତିପୂର୍ଣ୍ଣ କରିଛନ୍ତି ।
ପାଟପୁର ଗନ୍ଧିଛକରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପତ୍ର , ସୁଶାନ୍ତ କୁମାର ସ୍ବାଇଁ , ଅରବିନ୍ଦ ନାହାକ , ଜି ସାଇରାମ , ମୁକୁନ୍ଦ ବାରଡ , ଦୁର୍ଗା ପ୍ରସାଦ ପାଢ଼ୀ , ପ୍ରତାପ ପ୍ରଧାନ , ନିରାକାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ଶତାଧିକ କୃଷକଙ୍କ ଗହଣରେ ସରକାରଙ୍କ କୃଷକ ବିରୋଧୀ ନୀତିକୁ ନାରାବାଜି ସହିତ ଦୃଢ଼ ବିରୋଧ କରିଥିଲେ ।ଗାନ୍ଧିଛକ ଠାରେ ରାସ୍ତା ଅବରୋଧ କରି ଯାତାୟାତ ଠପ୍ କରିବା ସହିତ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ସଭା ଆୟୋଜନ କରି ପିକେଟିଂ କରିଥିଲେ । ପାଟପୁର ପୋଲିସ୍ ଥାନାଧିକାରୀଙ୍କ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା କରାଯାଇଥିଲା ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here