ପାଟପୁର ଥାନା ଅଞ୍ଚଳରୁ କୋଡ଼ିଏ ଏକର ଗଞ୍ଜେଇ ଚାଷକୁ ନଷ୍ଟକଲା ପ୍ରଶାସନ । କୃଷ୍ଣପୁର ଗ୍ରାମକୁ ତଲାସୀ ଅଭିଯାନରେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ।

0
119

ବ୍ରହ୍ମପୁର,୦୯/୧୨/୨୦୨୦: ଅବିଭକ୍ତ ଗଞ୍ଜାମ ଜିଲ୍ଲା ଗଜପତିର ରା ,ଉଦୟଗିରି , ମୋହନା , ଅଡବା ଥାନା ଅଞ୍ଚଳରୁ ପ୍ରତ୍ୟହ ବହୁ ପରିମାଣର ଅବୈଧ ଗଞ୍ଜେଇ ଚାଲାଣ ନେଇ ବହୁବିଧ ତରିକା ପୋଲିସ୍ ଓ ଅବକାରୀ ବିଭାଗକୁ ତାଜୁବ କରୁଥିବା ବେଳେ ବହୁ ମାତ୍ରାରେ ଗଞ୍ଜେଇ ଜବତ ସହ ବହୁ ଚାଲାଣକାରୀଙ୍କୁ ବିଭାଗ ନ୍ୟାୟିକ ଧାରାରେ ରଖିଅଛି । ଏହି ଚୋରା ଚାଲାଣର ଧରପଗଡ ନେଇ ରାଜ୍ୟ ଅବକାରୀ ବିଭାଗ ଓ ପୋଲିସ୍ ବିଭାଗର ସମନ୍ୱୟ ନ ରହିବା କାରଣରୁ ଉଭୟ ବିଭାଗ ଲକ୍ଷ୍ୟଧାର୍ଯ୍ୟ ପାଇଁ କାର୍ଯ୍ୟ କରୁଥିବାରୁ ଧାର୍ଯ୍ୟ ପୂରଣ ହେଉଥିଲେ ମଧ୍ୟ ଅବୈଧ ଗଞ୍ଜେଇ ଚାଷ ଓ ଚୋରା ଚାଲାଣର କାୟାରେ କୌଣସି ନିୟନ୍ତ୍ରଣ ରହୁଥିବା ଦୃଷ୍ଟି ଗୋଚର ହେଉନାହିଁ । ଅନ୍ୟ ପକ୍ଷରେ ଗଞ୍ଜାମ ଗଜପତି ସିମାବର୍ତ୍ତି ରାଜସ୍ବ ଓ ଥାନା ଅଂଚଳରେ ଆଇନ ତର୍ଜମାର ଦୁରଦୃଷ୍ଟିକୁ ନଜରରେ ରଖି ବହୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ କରାଯିବା ସହିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ମଧ୍ୟ ଅନୁମାନ କରାଯାଇଅଛି । ଏଭଳିକି , ଗଞ୍ଜେଇ ମାଫିଆଙ୍କ ପ୍ରଲୋଭନରେ ନିରୀହ ଆଦିବାସୀ ନିଜ ଜୀବନ ଜୀବିକା ପାଇଁ ଗଞ୍ଜେଇ ଚାଷ କରୁଥିଲେ ମଧ୍ୟ ପୋଲିସ୍ ନୀରିହଙ୍କୁ ଧରି ତାଙ୍କୁ କେଶ କରୁଥିଲେ ମଧ୍ୟ ମାଫିଆ ଗୋଷ୍ଠୀଙ୍କ ପାଖ ମାଡ଼ିବାକୁ ରିସ୍କ୍ ନେଉ ନଥିବା ଚକିତ କରୁଅଛି । ଫଳତଃ ବିଭାଗ ସହ ସମନ୍ୱୟ ରଖି ଅନ୍ତଃରାଷ୍ଟ୍ରୀୟ ନେଟୱାର୍କର ସହାୟତାରେ ସ୍ଥାନୀୟ ମାଫିଆ ଗୋଷ୍ଠୀ ଗଜେଇ ବେପାର ପାଇଁ ସ୍ଵତନ୍ତ୍ର ବ୍ୟବସାୟିକ ଚାଲ୍ କରୁଥିବା ଆଲୋଚନା ହେଉଅଛି ।

ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ଗଞ୍ଜାମଙ୍କ ନିର୍ଦ୍ଦେଶାନୁସାରେ ଦକ୍ଷିଣାଞ୍ଚଳ ଅବକାରୀ ଜୋନର ଗୁଇନ୍ଦା ନିରୀକ୍ଷକଶ୍ରୀ ଉଦୟ ଚନ୍ଦ୍ର ସାମନ୍ତ , ସହକାରୀ ଅବକାରୀ ଅଧିକ୍ଷକ ଶ୍ରୀ ରୋସନ୍ ଇଶୁ ହାଂସଦା , ଛତ୍ରପୁର ଅବକାରୀ ଏସ ଟି ଏଫ୍ ର ବାଳକୃଷ୍ଣ ପଣ୍ଡାଙ୍କ ସହ ଦିଗପହଣ୍ଡି ଅବକାରୀ ଉପ ନିରୀକ୍ଷକ ଅଭିରାମ ସାହୁ ,ଆସିକା ଏସ ଡି ପି ଓ ଶ୍ରୀ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ବରେ ଆସିକା ,ଧରାକୋଟ , ଶେରଗଡ଼ ଏବଂ ପାଟପୁର ଥାନାଧିକାରୀଙ୍କ ମିଳିତ ସଦଳବଳ ଚଢ଼ାଉରେ ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତର ୩୨୬ ନଂ ଜାତୀୟ ରାଜପଥର କିଛି କିଲୋମିଟର ଦୂର ଦସେଇପୁର ନିକଟ କୃଷ୍ଣପୁର ଗ୍ରାମ ଘଞ୍ଚ ଜଙ୍ଗଲରେ ସାର୍ବଜନୀନ ସ୍ଥାନୀୟ ଆଦିବାସୀଙ୍କ ମାଧ୍ୟମରେ ଗଞ୍ଜେଇ ଚାଷ ହେଉଥିବା ଏବଂ ଅବକାରୀ ପୋଲିସର ମିଳିତ ଅବତାରଣା ପ୍ରକାରେ ୧୦ ଏକରରୁ ଅଧିକ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଫସଲକୁ ବିଭାଗ କାଟି ପଦା କରି ନଷ୍ଟ କରିଅଛି । ସାନଖେମୁଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଡ଼ା ,ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଗଞ୍ଜେଇ ନଷ୍ଟ ସମୟ ଅବଧି ପରେ କୃଷ୍ଣପୁର ଗ୍ରାମରେ ଜନଶୂନ୍ୟ ହୋଇଥିବା ଦେଖି ମିଳିତ ବାହିନୀ ଗ୍ରାମବାସୀଙ୍କୁ ଟାର୍ଗେଟ୍ କରି ଅପରାଧିକ ତର୍ଜମା ସହିତ ପ୍ରତି ଘର ପାଇଁ ଥିବା ସୁଲଭ ପାଇଖାନା ଘରେ ଗଞ୍ଜେଇ ବସ୍ତା ରଖାଯାଇଥିବା ଦେଖି ଚକିତ ହୋଇଥିଲେ । ପର ସମୟରେ ଗ୍ରାମ କୋଠ ଘରେ ରଖାଯାଇଥିବା ଟ୍ରଙ୍କ ବାକ୍ସରେ ବିପୁଳ ଶୁଖିଲା ଗଞ୍ଜେଇ ଚାଲାଣ ଉଦ୍ଧେଶ୍ୟରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ବହୁ ମାରଣାସ୍ତ୍ର ସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲେ । ପ୍ରାୟ ସମସ୍ତଙ୍କ ଘରେ ମହଜୁଦ ଥିବା ଗଞ୍ଜେଇକୁ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁଇ ଗୋଟି ମାଲ୍ ବୋଝେଇ ଗାଡ଼ିରେ ଥାନାକୁ ଆଣିବା ସହିତ ଥାନା କେଶ ନଂ ୩୦୨/୨୦୨୦ ପ୍ରକାରେ ମାମଲା ରୁଜୁ କରିଛନ୍ତି । ଜବତ ଗଞ୍ଜେଇର ପରିମାଣ ପ୍ରକାରେ ୧୪୬୦ କେ ଜି ଥିବା ମଧ୍ୟ ଦର୍ଶାଇଛନ୍ତି । ଜବତ ଗଞେଇକୁ କୋର୍ଟ ଜିମା କରାଯାଇଅଛି । ଅନୁଷ୍ଟିତ ମିଳିତ ଧରପଗଡରେ ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକଙ୍କ ସହ ଆସିକା ଥାନାଧିକାରୀ ପ୍ରଶାନ୍ତ ସାହୁ , ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ର , ଶେରଗଡ଼ ଥାନାଧିକାରୀ ରମେଶ କୁମାର ଦାସ ପ୍ରମୁଖ ସଦଳବଳେ ଦାୟିତ୍ଵ ସମ୍ପାଦନ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here