ବ୍ରହ୍ମପୁର,୨୮/୧୨/୨୦୨୦: ବ୍ରିଟେନରେ ଆରମ୍ଭ ହୋଇଥିବା ଭୟାବହ ମହାମାରୀ କରୋନା ସଂକ୍ରମଣ ଭୂତାଣୁର ଦ୍ଵିତୀୟ ସଂସ୍କରଣ ଷ୍ଟେନ୍ କରୋନାର ପ୍ରାଦୁର୍ଭାବକୁ ଲକ୍ଷାରଖି ଭାରତ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ବ୍ରିଟେନ ଫେରନ୍ତାଙ୍କୁ ସତର୍କ ନଜର ରଖାଯିବା ସହ ବହୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ବିଶେଷ ପଦକ୍ଷେପ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ସଚେତନତା ଜାରି ରଖିଛନ୍ତି । ଏହି ସ୍ଥିତିରେ କରୋନା ପ୍ରବଣ ଥାଇ ନିୟନ୍ତ୍ରଣକୁ ଆସିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ କ୍ରିୟାଶୀଳ ରହିଥିବା ଜଣାଯାଇଛି ।
ଏହି ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଚେତନତା ରଥ ମାଧ୍ୟମରେ ବ୍ଲକୱାରି ସଚେତନତା ଜାରି ରଖିଅଛି । ସ୍ଵତନ୍ତ୍ର ସଚେତନତା ରଥ ଦ୍ଵାରା ସ୍ଥାନୀୟ ଲୋକ କଲା ମାଧ୍ୟମରେ କରୋନା ଷ୍ଟ୍ରେନର ଭୟାବହତା ସମନ୍ଧରେ ପ୍ରଚାର କରିବା ଅବସରରେ ଆଜି ପୂର୍ବାହ୍ନରେ ସାନଖେମୁଣ୍ଡି ବ୍ଲକ୍ ପରିସରରେ ସଚେତନତା ରଥକୁ ସ୍ଵାଗତ କରାଯିବା ସହିତ ବ୍ଲକ୍ ପ୍ରଶାସନ ପକ୍ଷରୁ ରଥ ପରିକ୍ରମାକୁ ଉତ୍ସାହିତ କରାଯାଇଅଛି । ବ୍ଲକ୍ ଲୋକକଳା ପରିଷଦ ପକ୍ଷରୁ ମା ଦେବୀ ନାତ୍ୟକଲା ସଂସଦ ପକ୍ଷରୁ ନାତ୍ୟଗୁରୁ ଶ୍ରୀ ସନ୍ତୋଷ କୁମାର ପାଢୀଙ୍କ ସଖିନାଚ ମାଧ୍ୟମରେ ସଚେତନତା କରୁଥିବା ରଥକୁ ସାନଖେମୁଣ୍ଡି ବ୍ଲକ୍ ଆକାଉଣ୍ଟ ଅଧିକାରୀ ସଞ୍ଚିତ ସୁମନ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଜି ପି ଇ ଓ ବୈଜୟନ୍ତୀ ମୁଣ୍ଡା , ମଙ୍ଗଳ ଅଧିକାରୀ ଜୟନ୍ତ ସାମନ୍ତସିଂହାର , କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପଟ୍ଟନାୟକ , ବି ଏସ ଇଓ ଏସ ଓ ଶ୍ରୀ ରାମ ପ୍ରସାଦ ପୃଷ୍ଟି , ସିପି ପ୍ରଦୀପ କୁମାର ମାରାଣ୍ଡିଙ୍କ ସହ ବହୁ ଜନପ୍ରତିନିଧି ଉପସ୍ଥିତ ରହି ରଥ ପରିକ୍ରମାକୁ ପ୍ରୋତ୍ସାହିତ କରିଥିଲେ ।ଆଜିର ଏହି ସଚେତନତା ରଥ ପାଟପୁର ଓ ରଧାଦେଇପୁର ପଞ୍ଚାୟତ ପରିକ୍ରମା କରି କରୋନା ଭାକସିନ ଗ୍ରହଣ ପର୍ଯ୍ୟନ୍ତ ମାଷ୍କ ପରିଧାନ , ସାବୁନ୍ ଦେଇ ଅନ୍ୟୁନ ଚାଳିଶା ମିନିଟର ହାତ ଧୁଆ , ବୟସ୍କ। ଓ ଶିଶୁ ଏବଂ ଦୁରାରୋଗ୍ୟ ପିଡିତଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ସଖି ନାଚ ମାଧ୍ୟମରେ ସଚେତନତା କରାଯାଇଥିଲା ।

ସନ୍ତୋଷ କୁମାର ଦାଶ ।





