ଆସିକା ସଂସଦୀୟ କ୍ଷେତ୍ର କଂଗ୍ରେସ କାର୍ଯ୍ୟକାରିଣୀ ଚୟନ କର୍ମଶାଳା ଅନୁଷ୍ଠିତ

0
241

ବ୍ରହ୍ମପୁର,୨୯/୧୨/୨୦୨୦: ଗଞ୍ଜାମ ଜିଲ୍ଲା କଂଗ୍ରେସର ନବକଳେବର ପରେ ଯୁବ ନେତୃବର୍ଗଙ୍କ ଉତ୍ସାହ ଓ ଦିଶାହୀନ ଥିବା କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କୁ ଏକତ୍ର କରି ପୁଣି ନିର୍ବାଚନ ମଇଦାନକୁ ଲମ୍ଫ ମାରିବା ଉଦ୍ଧେଶ୍ୟ ନେଇ ଆଜି ଆସିକା ସଂସଦୀୟ କ୍ଷେତ୍ର କଂଗ୍ରେସ କାର୍ଯ୍ୟକାରିଣ ଚୟନ କର୍ମଶାଳା ଅନୁଷ୍ଠିତ ହୋଇଅଛି । ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୧୩ ବ୍ଲକ୍ , ୧୦ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୋଟିଏ ମୁନିସପାଲଟିର କଂଗ୍ରେସ ସାଂଗଠନିକ କର୍ମକର୍ତ୍ତା ଓ କଂଗ୍ରେସ ଅନୁଗତଙ୍କ ସମାବେଶରେ ଆୟୋଜିତ ଏହି କର୍ମଶାଳାରେ ଦଳୀୟ ସ୍ଥିତିକୁ ନେଇ ତର୍ଜମା କରାଯାଇଥିଲା । ବ୍ଲକ୍ ,ଏନ୍ ଏ ସି ମୁନିସପାଲଟିର କାର୍ଯ୍ୟକାରିଣୀ ଚୟନ ପାଇଁ ଆଲୋଚନା କରାଯିବା ସହିତ ଆସନ୍ତା ଦିନରେ କଂଗ୍ରେସର ନିର୍ବାଚନୀ ରଣନୀତି ନେଇ ପ୍ରାକ୍ ବିଚାରବିମର୍ଶ କରାଯାଇଥିଲା ।

କର୍ମଶାଳାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ପୌରହିତ୍ୟ କରିଥିବା ବେଳେ ଆସିକା ସଂସଦୀୟ କ୍ଷେତ୍ର କଂଗ୍ରେସ ପ୍ରଭାରୀ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଉଲାକା ଯୋଗ ଦେଇ ଉପସ୍ଥିତ କଂଗ୍ରେସ ଅନୁଗାମୀଙ୍କୁ ଦଳୀୟ ମୂଳମନ୍ତ୍ର ସମ୍ପର୍କୀୟ ଭରସା ପ୍ରଦାନ କରିଥିଲେ । କଂଗ୍ରେସର ଅଭେଦ୍ୟ ଦୁର୍ଗ ଥିବା ଦକ୍ଷିଣ ଓଡ଼ିଶାର ସଂସଦୀୟ କ୍ଷେତ୍ର ସମୂହର ସାମ୍ପ୍ରତିକ ଅବସ୍ଥା , ନିର୍ବାଚିତ ସଦସ୍ୟଙ୍କ ଅଞ୍ଚଳ ପ୍ରିତୀ ଓ ସଦସ୍ୟଙ୍କ ଦ୍ୱାରା ଅଞ୍ଚଳ ବିକାଶ ନେଇ ସଂସଦରେ ଉପସ୍ଥାପନ କରିଥିବା ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସିକା ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ଓ କଂଗ୍ରେସର ହୃତ ଗୌରବ ଫେରାଇ ଆଣିବାକୁ ନେଇ କର୍ମୀଙ୍କ ଆତ୍ମ ବିଶ୍ବାସକୁ ଗୁରୁତ୍ୱାରୋପ କରାଯାଇଥିଲା । ସାଧାରଣ ସର୍ବନିମ୍ନ ସ୍ତରରେ ସରକାରୀ ଯୋଜନାର ଅପହଞ୍ଚ ଇଲାକାରେ କଂଗ୍ରେସର ବାର୍ତ୍ତା ପହଞ୍ଚାଇ ସେବା ପ୍ରଦାନ କରିପାରିଲେ ହିଁ ଉଠିବ କଂଗ୍ରେସ , ହସିବ ଓଡ଼ିଶା ନାରାର ସାର୍ଥକତା ପ୍ରତିପାଦିତ ହେବା ନେଇ ମତପ୍ରକାଶ ପାଇଥିଲା ।

ଅନୁଷ୍ଟିତ ଆଜିର ଏହି କର୍ମଶାଳାରେ ଜିଲ୍ଲା କଂଗ୍ରେସର ବିଜୟ ସାହୁ , ସ୍ୱରୂପା ତ୍ରିପାଠୀ , ଲକ୍ଷ୍ମୀ ଚରଣ ପତ୍ର , ଶମ୍ଭୁନାଥ ପାଣିଗ୍ରାହୀ , ହରି ଚରଣ ସାହୁ , ରବୀନ୍ଦ୍ର କୁମାର ଦେଓ , ପ୍ରଶାନ୍ତ ବିଷୋୟୀ , ଚିନ୍ମୟ କର ହୋତା , ପ୍ରଶାନ୍ତ ବିଷୋୟୀ , ବିସ୍ମୟ ମହାପାତ୍ର , ମାନସ ଆଚାର୍ଯ୍ୟ , ଧରଣୀ ବେହେରା , ଚିତ୍ରସେନ ବେହେରା , ସୁନିଲ ଚୌଧୁରୀ , ଶିବରାମ ବାଡ଼ତ୍ୟା ପ୍ରମୁଖ କର୍ମକର୍ତ୍ତାଙ୍କ ସହ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here