ଏମ. କେ. ସି. ଜି ମେଡିକାଲ କଲେଜ ହସପିଟାଲରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀମାନଙ୍କ ୟୁନିଅନ୍ ଗଠିତ

0
211

ବ୍ରହ୍ମପୁର,୨୯/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ବ୍ରହ୍ମପୁର ସ୍ଥିତ ଏମ. କେ. ସି. ଜି ମେଡିକାଲ କଲେଜରେ ଅନେକ ବର୍ଷ ଧରି କାର୍ଯ୍ୟରତ ସମସ୍ତ ସିକ୍ୟୁରିଟି କର୍ମଚାରୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ଆଜି ମେଡିକାଲ ପରିସରରେ ଥିବା ହନୁମାନ ମନ୍ଦିର ଠାରେ ନରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସିକ୍ୟୁରିଟି କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ୟୁନିଅନ୍ ଗଠନ କରାଯାଇଛି ।ଆୟୋଜିତ ସଭାରେ ବାମପନ୍ଥୀ ନେତା ତଥା ସଂଘର ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ରାଜ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଲାଗି ଆଉଟସୋରସିଂରେ ନିଯୁକ୍ତ ଲକ୍ଷ ଲକ୍ଷ କର୍ମଚାରୀ କିଭଳି ଶୋଷଣର ଶୀକାର ହେଉଛନ୍ତି ତାର ଅବତାରଣା କରିଥିଲେ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ମୁତାବକ ସମାନ କାମକୁ ସମାନ ଦରମା ଦେବା ଦୂରର କଥା, ସରକାର ଘୋଷିତ ସର୍ବନିମ୍ନ ମଜୁରୀରୁ କର୍ମଚାରୀଙ୍କୁ ବଞ୍ଚିତ କରାଯାଉଛି ବୋଲି କହିଥିଲେ ।
ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା I ସଂଘର ସଭାପତି ରୂପେ ନରେନ୍ଦ୍ର କୁମାର ଜେନା, ରୂପକ ପାଣିଗ୍ରାହୀ (ଉପସଭାପତି ), ପ୍ରଦୀପ କୁମାର ନାୟକ (ସମ୍ପାଦକ), ଗଣେଶ ଚନ୍ଦ୍ର ଜେନା (ସହସମ୍ପାଦକ)ଜଗନ୍ନାଥ ପାତ୍ର (କୋଷାଧକ୍ଷ) ଓ ୧୫ ଜଣିଆ କାର୍ଯ୍ୟକାରୀ କମିଟି ମଧ୍ୟ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।ଆଗାମୀ କାର୍ଯ୍ୟପନ୍ଥା ଭାବେ ପୁର୍ବ ଠିକା ସଂସ୍ଥା ବକେୟା ଥିବା ଇପିଏଫ୍ , ଇଏସଆଇ ସମେତ ସମସ୍ତ ଦରମା ରାଶି ତୁରନ୍ତ ପୈଠ କରିବା, ନୂତନ ଠିକାସଂସ୍ଥା ପୁର୍ବରୁ ନିଯୁକ୍ତ ସମସ୍ତ ସିକ୍ୟୁରିଟି କର୍ମଚାରୀଙ୍କୁ ଚାକିରୀ ଅବ୍ୟାହତ ରଖିବା, ଜରୁରୀ କାଳୀନ ସେବାରେ ନିୟୋଜିତ ସମସ୍ତ ସିକ୍ୟୁରିଟି କର୍ମଚାରୀଙ୍କ ପାଇଁ ମେଡିକାଲ ପରିସରରେ ରହଣିର ବ୍ୟବସ୍ଥା, ଦୂରରୁ ଆସୁଥିବା କର୍ମଚାରୀଙ୍କ ପାଇଁ ସୁବିଧା ଅନୁସାରେ ଡ୍ୟୁଟି ସମୟର ବ୍ୟବସ୍ଥା ଆଦି ଦାବୀ ଗୁଡିକ ଉପରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା I

LEAVE A REPLY

Please enter your comment!
Please enter your name here