ପଶ୍ଚିମମୁଖ ଲଙ୍ଗଳେଶ୍ୱର ମନ୍ଦିରରେ ବିଧାୟକ

0
236

ପୋଲସରା,୩୧/୧୨/୨୦୨୦: ପୋଲସରା ଏନ.ଏ.ସି.ର ପଶ୍ଚିମମୁଖ ଲଙ୍ଗଳେଶ୍ୱର ମନ୍ଦିର ପରିସରରେ ଡିସେମ୍ବର ୩୧ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମନ୍ଦିର ଉନ୍ନୟନ କମିଟି ସଦସ୍ୟ ମାନଙ୍କ ସହ ଏକ ବୈଠକରେ ମନ୍ଦିରର ବିଷୟ ନେଇ ଆଲୋଚନା କରିଥିଲେ। ଆଲୋଚନାରେ ପଶ୍ଚିମମୁଖ ଲଙ୍ଗଳେଶ୍ୱର ମନ୍ଦିର ଉନ୍ନୟନ କମିଟି ର ସଭାପତି ରାମଚନ୍ଦ୍ର ସାହୁ, ଉପସଭାପତି ହୀନ ସ୍ଵାଇଁ, ସମ୍ପାଦକ ପଦ୍ମନାଭ ପ୍ରଧାନ, ସହସମ୍ପାଦକ ରବୀନ୍ଦ୍ର ନାଥ ବେହେରା, କୋଷାଧ୍ୟକ୍ଷ ଭାସ୍କର ସାହୁ, ଉପଦେଷ୍ଟା ଭବାନୀ ଶଙ୍କର ରଥ, ଅଭିମନ୍ୟୁ ଦାଶ,ଓ ଭଗବାନ ଡ଼ାଙ୍ଗୁଆ ଙ୍କ ସମେତ ଉନ୍ନୟନ କମିଟିର ସଦସ୍ୟ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ମନ୍ଦିରର ଉନ୍ନତି ବିଷୟ ନେଇ ଆଲୋଚନା ହେବା ସହ ବିଧାୟକ ଶ୍ରୀ ସାହୁ ଏବଂ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ମନ୍ଦିର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here