ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କରୋନାକୁ ଟକ୍କର ଦେବା ପାଇଁ ଆସିଲା ଭ୍ୟାକ୍ସିନ ।ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷ ରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ଶେଷ

0
133

ବ୍ରହ୍ମପୁର,୧୩/୦୧/୨୦୨୧(ବ୍ୟୁରୋ ରିପୋର୍ଟ)ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କରୋନାକୁ ଟକ୍କର ଦେବା ପାଇଁ ଆସିଲା ଭ୍ୟାକ୍ସିନ । ଆଜି ଗଞ୍ଜାମ ଜିଲ୍ଲାରେ କରୋନା ଟିକା ପହଂଚିଛି। ମୋଟ ଗଞ୍ଜାମ ଓ ଗଜପତି ପାଇଁ ୨୧୩୦୦ ଟି କରୋନା ଟିକା( କୋଭିସିଲ୍ଡ) ଆସିଛି। ଏଥିମଧ୍ୟରୁ ଗଞ୍ଜାମରେ ୧୬୮୦୦ ଓ ଗଜପତି ପାଇଁ ୪୫୦୦ଟିକା ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଦିନେ କରୋନାର ରେଡ଼ ଯୋନ ରେ ଥିବା ଗଞ୍ଜାମ ଜିଲ୍ଲା ରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ ବର୍ତ୍ତମାନ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ କୋରନା ମୁକ୍ତ ହୋଇପାରିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟ ଟିକା କରଣ କେନ୍ଦ୍ରରୁ କରୋନା ଟିକା ଆସିବା ପରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭେକ୍ସିନ ଷ୍ଟୋର ରେ ରଖାଯାଇଥିବା ବେଳେ ଆସନ୍ତା କାଲି ଠାରୁ ଜିଲ୍ଲାର ଅନ୍ୟ ସମସ୍ତ ଟିକା କରଣ କେନ୍ଦ୍ରକୁ ଏହା ପଠାଯିବ। ଟିକା ପ୍ରଦାନ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି। ଚଳିତ ମାସ ୧୬ ତାରିଖରୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୪୨ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୦୫ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୧୧ ଟି ଟିକା ପ୍ରଦାନ କେନ୍ଦ୍ର ଜରିଆରେ ଟିକା ପ୍ରଦାନ କରାଯିବ। ପ୍ରତି କେନ୍ଦ୍ରକୁ ୧୦୦ ଲେଖାଏଁ ଟିକା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ୧୧୦୦ ଟିକା ଦିଆଯିବ। ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ସିଟି ମେଡିକାଲ, ଏମକେସିଜି, ଜାନାନା ହସପିଟାଲ, ଆସ୍କା ଉପଖଣ୍ଡ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଅପର ପ୍ରାଇମେରୀ ହେଲଥ ସେଣ୍ଟର, ସୁମଣ୍ଡଳ କମ୍ୟୁନିଟି ହେଲଥ ସେଣ୍ଟର, ଚିକିଟି, ଧରାକୋଟ , ବେଲଗାଁ ରେ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here