କଳାହାଣ୍ଡି ଠାରେ ଅପର ଇନ୍ଦ୍ରାବତୀ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ କୁ ମୂଖ୍ଯମନ୍ତ୍ରୀ ଙ୍କ ଦ୍ବାରା ଲୋକାର୍ପଣ

0
151

ଭବାନିପାଟଣା, ୧୪/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗ୍ରସ୍ତ କରି ୧୦୬୪ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ରେ ନିର୍ମିତ ୫୪ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧୦୨୦ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ର ନିର୍ମାଣ ହେବାକୁ ଥିବା ୫୨ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ମଧ୍ଯରେ ୯୮୬.୭୧ କୋଟି ଟଙ୍କା ରେ ନିର୍ମିତ ଅପର ଇନ୍ଦ୍ରାବତୀ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ର ଲୋକାର୍ପଣ ହୋଇଯାଇଛି। ଆଜି ମୂଖ୍ଯମନ୍ତ୍ରୀ ପୂର୍ବାହ୍ନ ରେ କଳାହାଣ୍ଡି ଜିଲ୍ଲା ର ମଙ୍ଗଳପୁର ଠାରେ ନିର୍ମିତ ହୋଇଥିବା ହେଲିପ୍ୟାଡ ଠାରେ ଅବତରଣ କରିବା ପରେ ସେଠାରେ ହୋଇଥିବା ଅସ୍ଥାୟୀ ସଭା ମଂଚରେ ପହଞ୍ଚି ଡିଜିଟାଲ ମାଧ୍ୟମରେ ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ମଧ୍ଯରେ ୯୮୬.୭୧ କୋଟି ଟଙ୍କା ରେ ନିର୍ମିତ ଉପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ର ଲୋକାର୍ପଣ ହୋଇଯାଇଛି।ଏହି ପ୍ରକଳ୍ପ ଜରିଆ ୨୫,୨୭୫ ହେକ୍ଟର ଜମିରେ ଜଳସେଚନ ହେବାକୁ ଥିବା ବେଳେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ ଲାଭବାନ ହେବେ। ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ଯବହାର ହୋଇଥିବା ଏହି ପ୍ରକଳ୍ପ ରେ ୪୩.୨୬ କିଲୋମିଟର କଂକ୍ରିଟ କେନାଲ ସହ ୧୧୪୨ କିଲୋମିଟର ଭୂତଳ ପାଇପ୍ ଲାଇନ ପକାଯାଇଛି। ମହାମାରୀ କରୋନା ପାଇଁ ଦୀର୍ଘ ୯ ମାସ ର ବ୍ୟବଧାନ ପରେ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ଥର ପାଇଁ କଳାହାଣ୍ଡି ରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି।
ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାବେଶ ରେ ଜୟ ମାଁ ମାଣିକେଶ୍ଵରୀ ବୋଲି କହି ତାଙ୍କର ବ୍ୟକ୍ତବ୍ୟ କହିଥିଲେ ଯେ, କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ବୋଲି କହିଥିଲେ। ଏହି ଉଦଘାଟନ ସମାବେଶ ରେ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ୧୫ ରୁ ଉର୍ଦ୍ଧ୍ବ ମନ୍ତ୍ରୀ, ୬୦ ରୁ ଉର୍ଦ୍ଧ୍ବ ବିଧାୟକ, ବିଭିନ୍ନ ନିଗମ ର ଅଧ୍ଯକ୍ଷ ସମେତ ବିଜେଡି ର ବହୁ ରାଜ୍ଯ ସ୍ତରୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ହେଲିପ୍ୟାଡ ସ୍ଥଳରେ ସମାବେଶ ପାଇଁ ୩ ଟି ମଂଚ ହୋଇଥିଲା। ମୂଖ୍ଯ ମଂଚ ରେ ମୂଖ୍ଯମନ୍ତ୍ରୀ ଓ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିବା ବେଳେ ଦ୍ବିତୀୟ ମଂଚରେ ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ଯକ୍ଷ, ବିଜେଡି କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ସେପରି ଅନ୍ୟ ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାର ଉପସ୍ଥିତ ଥିଲେ। ସର୍ବୋପରି ଆଜିର କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହା ବିଜେଡି ଦଳ ର ସମାବେଶ ପରି ମନେ ହେଉଥିଲା।ଆଜି ର ଏହି ସମାବେଶ ଟି ବିଜେଡି ଦଳ ର ଶକ୍ତି ପ୍ରଦର୍ଶନ ବୋଲି ଜିଲ୍ଲା ରେ ଚର୍ଚ୍ଚା ହୋଉଛି।

LEAVE A REPLY

Please enter your comment!
Please enter your name here