ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

0
126

ପୋଲସରା, ୧୭/୦୧/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମାରଦା ମନ୍ଦିର ପ୍ରାଙ୍ଗଣରେ ବେଲଗାଁ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଜେମାଦେଇପୁର ଗ୍ରାମର କନକ ଦୂର୍ଗା ମନ୍ଦିର ପରିସରରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାରଦା ମନ୍ଦିର ପରିସରରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ବେଲଗାଁ ପଞ୍ଚାୟତ କର୍ମୀଙ୍କ ସହ ଦଳର ସଂଗଠନ ବିଷୟରେ ଆଲୋଚନା କରିବା ସହ ଅଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ବିଷୟ ବୁଝିଥିଲେ। ସେହିପରି ଜେମାଦେଇପୁର ଶାସନର କନକ ଦୁର୍ଗା ମନ୍ଦିର ପରିସରରେ ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତିରେ ପୂର୍ବତନ ସମିତି ସଭ୍ୟ ବ୍ରଜବନ୍ଧୁ ଦାଶ ଓ ତାଙ୍କ ସମର୍ଥକ ବୃନ୍ଦ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବିଧାୟକ ସମସ୍ତଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଓ ବିଜେଡି ଉପଢୌକନ ପକାଇ ସ୍ୱାଗତ କରିବା ସହ ବିଜେଡିରେ ସାମିଲ ହୋଇଥିବା ଘୋଷଣା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ଦଳୀୟ କର୍ମୀ ବୃନ୍ଦ ଯୋଗଦେଇଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here