ଚାରି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

0
253

ବୁଗୁଡା,୨୭/୦୧/୨୦୨୧: ବୁଗୁଡା ବ୍ଲକର ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମହୁଳପଲ୍ଲୀ ୟୁ.ପି.ସ୍କୁଲ ଜଣେ ଛାତ୍ର, ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ଏବଂ ମାଣିତରା ମା ସରସ୍ଵତୀ ବିଦ୍ୟା ମନ୍ଦିରର ଜଣେ ଛାତ୍ରୀ ଓ ଛାତ୍ର ଦୁଇ ଜଣଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ମହୁଲପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶ୍ରବଣ କୁମାର ବିଷୋୟୀ ପଞ୍ଚମ ଶ୍ରେଣୀ ବୃତ୍ତି ପାଇଥିବା ଯୋଗୁ ବିଦ୍ୟାଳୟରେ ସ୍କୁଲ ସଭାପତି ବ୍ରହ୍ମାନନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଶ୍ରବଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସେଠୀ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଶ୍ରବଣଙ୍କ ଉନ୍ନତି କାମନା କରିଥିଲେ। ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ସେହି ସ୍କୁଲର ଛାତ୍ର ସୋମଶ୍ରୀ ସୁଧାଶିଷ ପାତ୍ର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ମାଣିତରା ମା’ ସରସ୍ଵତୀ ବିଦ୍ୟା ମନ୍ଦିର ଛାତ୍ରୀ ଶୁଭଶ୍ମିତା ବେହେରା ଓ ଦୀପକ କୁମାର ବେହେରା ଦୁଇ ଜଣ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟ ଓ ସମ୍ପାଦକ ପିତାମ୍ବର ପଣ୍ଡାଙ୍କ ସମେତ ଆଚାର୍ଯ୍ୟ ଓ ଗୁରୁମା ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here