ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ।

0
116

କୁକୁଡ଼ାଖଣ୍ଡି,୨୭/୦୧/୨୦୨୧:ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ପୂର୍ବାହ୍ନ ୧୧.୦୦ ଘଣ୍ଟା ସମୟରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ପାଣ୍ଡିଆଝୋଳି ଗ୍ରାମରେ ପହଞ୍ଚି ପ୍ରଥମେ କୋଳଥିଆ ବନ୍ଧର ପୁନରୁଦ୍ଧାରର ସହ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ପରେ ନୂଆ ପଣ୍ଡିଆଝୋଳି ଠାରେ ଏକ କଲ୍ୟାଣ ମଣ୍ଡପର ଉଦ୍ଘାଟନ କରିଥିଲେ।ପରେ ଦାସ ସାହି ଠାରେ ନିର୍ମାଣ ହୋଇଥିବା ନୂତନ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ।ପରିଶେଷରେ ମାନ୍ୟବର ବାଚସ୍ପତି ଶ୍ରୀ ପାତ୍ର ରୋହିଗାଁରେ ପହଞ୍ଚିଥିଲେ।ଶ୍ରୀ ପାତ୍ର ପହଞ୍ଚିବା ପରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଫୁଲତୋଡା ଦେଇ ସ୍ୱାଗତ କରିବା ସହ ପାଛୋଟି ନେଇଥିଲେ।ଏହାପରେ ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ଶିଶୁ ଯୋଗକେନ୍ଦ୍ରକୁ ଉଦଘାଟନ କରିବା ସହ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ କରିଥିଲେ।ଏବଂ ପରିଶେଷରେ ଗୁଡିଆ ବନ୍ଧର ସୌନ୍ଦର୍ଯ୍ୟକରଣ ପୋଖରୀକୁ ଉଦଘାଟନ କରିଥିଲେ।ଏହି ଅବସରରେ ରୋହିଗାଁ ଗ୍ରାମର ବଡ଼ ଦାଣ୍ଡରେ ଏକ ସଭା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ର,ବିଡିଓ ଶ୍ରୀ ଗଦାଧର ପାତ୍ର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟାଇ,ସରପଞ୍ଚ ରାଧାରାଣୀ ଜେନା, ସମିତିସଭ୍ୟା ଲକ୍ଷ୍ମୀ ସ୍ବାଇଁ,୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଏହି ସଭାରେ ମାନ୍ୟବର ବାଚସ୍ପତି ଉପସ୍ଥିତ ଥିବା ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।ବାଚସ୍ପତିଙ୍କ ଏହି ଗସ୍ତ ସମୟରେ ଏଇ ସୁଜିତ କୁମାର ତହଲ,ଜେଇ ସନ୍ତୋଷ କୁମାର ବିଷୋୟୀ,ପିଇଓ ପ୍ରଶାନ୍ତ କୁମାର ବେହେରା,ସରପଞ୍ଚ ପ୍ରତିନିଧି ବଶିଷ୍ଠ ଜେନା,ନାୟବ ସରପଞ୍ଚ ପର୍ଶୁରାମ ବେହେରା,ହିମାଂଶୁ ପାଢ଼ୀ,ବସନ୍ତ କୁମାର ସ୍ବାଇଁ,ସଞ୍ଜୟ ଜେନା, ଚିରଞ୍ଜିତ ସଂଗ୍ରାମ ସିଂହ, ସୁନୀଲ ସ୍ବାଇଁ, କେଦାର ନାଥ ସ୍ୱାଇଁ, ମନୋରଞ୍ଜନ ଜେନା,ମିଟୁ ଜେନା,ବାଳକୃଷ୍ଣ ଜେନା,ରୀଙ୍କୁ ଜେନା, ଦିବାକର ଜେନା,ମଙ୍ଗୁଳୁ ଜେନା, ଲତା ଜେନା,ବନୋଜ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here