ଦକ୍ଷିଣ ଓଡ଼ିଶାରେ ସଂଗୀତ ବିଶ୍ୱବିଦ୍ୟାଳୟ ଓ ପ୍ରତ୍ୟେକ ଜିଲ୍ଲାରେ ଲୋକ କଳା ଗବେଷଣା ପ୍ରତିଷ୍ଠାନ ଆମର ଦାବି : ବରିଷ୍ଠ କଳାକାର ମହାସଂଘ ସଚିବ

0
195

ଫୁଲବାଣୀ, ୨୭/୦୧/୨୦୨୧:କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘ ପକ୍ଷରୁ କ୍ରାଉନ୍ସ ଇଣ୍ଡିଆର ସହଯୋଗ କ୍ରମେ ପାବୁରିଆ ସହଡମାହା ଗ୍ରାମ ଠାରେ ଏକ ଜିଲ୍ଲା ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଯୋଗଦେଇ ଉପସ୍ଥିତ କଳାକାର ମାନଙ୍କୁ ସବୁ କଳାକାର ଏକ ପରିବାର ମହାମନ୍ତ୍ରରେ ଉଦବୁଦ୍ଧ କରାଇବା ସହ କଳାକାର ସମାଜର ସମସ୍ୟା ଓ ସମାବେଶର ଆଭିମୁଖ୍ୟ ଉପସ୍ଥାପନ କରି ଦକ୍ଷିଣ ଓଡ଼ିଶାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ଓ ପ୍ରତ୍ୟେକ ଜିଲ୍ଲାରେ ଲୋକକଳା ଗବେଷଣା ପ୍ରତିଷ୍ଠାନ ସ୍ଥାପନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଖୁଜରିପଡା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସରୋଜ କୁମାର ସାହୁଙ୍କ ସଂଯୋଜନା କ୍ରମେ ଆୟୋଜିତ ଏହି ସମାବେଶ ସଭାରେ ଟିକାବାଲି ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ପ୍ରଧାନ, ପାବୁରୀଆ ସରପଞ୍ଚ ମମତା ମଞ୍ଜରୀ ପ୍ରଧାନ, ଓଡ଼ିଶା ସାଂସ୍କୃତିକ କଳା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ପରିଷଦ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା, ନାଟ୍ୟ-ବିଦ୍ୟି-ବୁଦ୍ଧ ପ୍ରଫୁଲ୍ଲ ବେହେରା, ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘ ସଭାପତି ଅକ୍ଷୟ କୁମାର କର୍ଣ, ବରିଷ୍ଠ କଳାକାର ତଥା ଗଣମାଧ୍ୟମ ବ୍ୟକ୍ତିତ୍ଵ ଜୟକୃଷ୍ଣ ପଟ୍ଟନାୟକ, କ୍ରାଉନ୍ସ ଇଣ୍ଡିଆ ଟ୍ରଷ୍ଟ ମୁଖ୍ୟ ବିଜୁ ପ୍ରଧାନ ଏବଂ କର୍ମକର୍ତ୍ତା ସୁପ୍ରିୟା ଦିଗାଲ୍, ବୀରେନ୍ଦ୍ର କହଁର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମବେତ କଳାକାର ମାନଙ୍କୁ ଉଦବୋଧନ ଦେଇଥିଲେ । କନ୍ଧମାଳ ଜିଲ୍ଲାର ବାର ଗୋଟି ବ୍ଲକ ର ସଂଘ ସଭାପତି ମାନେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପ୍ରାତଃ ଅଧିବେଶନରେ ଗଣରାଜ୍ୟ ଦିବସ ପାଳନ ପରିପ୍ରେକ୍ଷୀରେ ସଂଘ ସଭାପତି ଅକ୍ଷୟ କୁମାର କର୍ଣ ଜାତୀୟ ପତାକା ଉତ୍ତୋଳନ ସହ ବିଭିନ୍ନ ଅଂଚଳରୁ ସମାଗତ ଲୋକ କଳା ଦଳ ତରଫରୁ ସାଂସ୍କୃତିକ ଅଭିବାଦନ ଗ୍ରହଣ କରିଥିଲେ । ପରିଶେଷରେ ବାଲିଗୁଡା ବ୍ଲକ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here