ଜାତୀୟ ଚିନ୍ତାଧାରା ନେଇ ସାନଖେମୁଣ୍ଡିରେ ଜନରାଜ୍ୟ ଦିବସର ଝଲକ ।

0
213

ବ୍ରହ୍ମପୁର,୨୭/୦୧/୨୦୨୧: ରାଷ୍ଟ୍ରୀୟ ସ୍ତରରେ ୭୨ ତମ ଜନରାଜ୍ୟ ଦିବସ ପୂର୍ବ ପ୍ରସ୍ତୁତି ସହ ପାଳିତ ହୋଇଥିବା ଅବସରରେ ସାନଖେମୁଣ୍ଡି ଅଞ୍ଚଳରେ ଏହା ଯଥାରୀତି ଭାବେ ପାଳିତ ହୋଇଅଛି । ସରକାରୀ ଧାର୍ଯ୍ୟ କଟକଣା ପ୍ରକାରେ ବିନା ଶିକ୍ଷାର୍ଥୀଙ୍କ ଉପସ୍ଥିତିରେ ଚଳିତ ବର୍ଷର ଉତ୍ସବ ପାଳନ ବ୍ୟତିକ୍ରମ ହୋଇଥିଲେ ମଧ୍ୟ ସରକାରୀ ଦପ୍ତର , ବ୍ୟାଙ୍କ୍ , ଥାନା , ଶିକ୍ଷାନୁଷ୍ଠାନ ଆଦିରେ ଆଜି ମହା ସମାରୋହରେ ଜନରାଜ୍ୟ ଦିବସ ପାଳିତ ହୋଇଅଛି । ଏହି କ୍ରମରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଦିବସ ପାଳନ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ବେହେରା ପତାକା ଉତ୍ତୋଳନ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବ୍ଲକ୍ କର୍ମଚାରୀ ସମୂହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡ , ଶ୍ରୀନିବାସ ବେହେରା ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ କର୍ମଚାରୀଙ୍କ ହଜନକୁ ଗଣତନ୍ତ୍ର ଦିବସର ଆହ୍ୱାନକୁ ଗୁରୁତ୍ୱାରୋପ କରିଥିଲେ ।
ପାଟପୁର ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ ପତାକା ଉତ୍ତୋଳନ କରି ବିଭାଗୀୟ ଅଭିବାଦନ ଗ୍ରହଣ କରିଥିଲେ ।

ଅନ୍ୟ ପକ୍ଷରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା କଙ୍କୋରଡ଼ା ପଞ୍ଚାୟତର ରାଧା ପାଣିଗ୍ରାହୀ ବାଳିକା ଉଚ୍ଚ ବିଦ୍ୟାଳୟ , ନେହରୁ ବହୁମୁଖି ବିଦ୍ୟାପୀଠ , ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆଦିରେ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଉତ୍ତୋଳନ କରି ଦିବସର ମହତ୍ୱ ଓ ଚଳନ୍ତି ସମୟର ସାର୍ବଜନୀନ ଉତ୍ତରଦାୟୀତ୍ୱବୋଧ ସମ୍ପର୍କରେ ସମ୍ଭାଷଣ ପ୍ରଦାନ କରିଥିଲେ । ଡେଙ୍ଗାଡି ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଗତ ଶିକ୍ଷାବର୍ଷରେ ବ୍ଲକ୍ ଟପ୍ପର ହୋଇଥିବା ଅନୁଷ୍ଠାନର ଛାତ୍ର ଶ୍ରୀମାନ ସଂଗ୍ରାମ ପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରିବା ସହିତ ବୃକ୍ଷ ରୋପଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here