ସବୁଜ ବାହିନୀ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
186

ବ୍ରହ୍ମପୁର,୩୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ” ବ୍ରହ୍ମପୁର ସବୁଜ ବାହିନୀ” ଓ ରକ୍ତଭଣ୍ଡାର ମିଳିତ ଉଦ୍ୟମରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀୟା ଭିଜୁୟାଲ୍ ର କର୍ମକତା ମାନେ ରକ୍ତଭଣ୍ଡାର କୁ ଆସି ସ୍ଵେଛାକୃତ ଭାବେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଆଜିର ଶିବିର ରେ ସମୁଦାୟ ୨୦ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବର୍ଷ ତମାମ ସବୁଜ ବାହିନୀ ତରଫରୁ ” ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” କାର୍ଯ୍ୟକର୍ମ ଜାରି ରହିଛି। ଏହି ଶିବିରର ମୁଖ୍ୟ ଉଦ୍ଧେସ୍ୟ ହେଲା ନୂତନ ରକ୍ତଦାତା ସୃଷ୍ଟି କରିବା । କାର୍ଯ୍ୟକର୍ମ ରେ ରକ୍ତ ଭଣ୍ଡାରର କର୍ମକତା ମାନେ ଓ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ,ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ, କେ କବିତା , ସ୍ରୁଯ୍ୟ ନାରାୟଣ ପାତ୍ର, ପ୍ରଣୟ କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here