ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ମରେଇନୂଆଗାଁ ବିଜେତା ଓ ଶାଳବ ଉପବିଜେତା

0
145

ବ୍ରହ୍ମପୁର,୧୧/୦୨/୨୦୨୧: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ଗ୍ରାମ ର ଖେଳ ପଡିଆ ଠାରେ ଚାଲିଥିବା ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚରେ କେ. ଶାଳବଣକୁ ହରାଇ ମରେଇନୂଆଗାଁ ଦଳ ଚାମ୍ପିଅନ ହୋଇଛି । ମରେଇନୂଆଗାଁ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୬ ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା । ଜବାବରେ କେ. ଶାଳବଣ ଦଳ ସମସ୍ତ ୱିକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲେ ଫଳରେ ମରେଇନୂଆଗାଁ ଦଳ ବିଜୟୀ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ରାଜକିଶୋର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଜିତେନ୍ଦ୍ର କୁମାର(ଶାଳବଣ) ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ମ୍ୟାଚକୁ ଜିତୁ ସିଂ ଓ ମିଥୁନ ପ୍ରଧାନ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ସେଠି ଓ କିଶୋର ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ଜୟସେନ ସ୍ୱାଇଁ ସ୍କୋର ଦାୟିତ୍ୱରେ ଥିଲେ । ଉଦଯାପନୀ ଉତ୍ସବରେ ସମାଜସେବୀ ହୃଷିକେଶ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ମୁଖ୍ୟ ବକ୍ତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କାଶୀନାଥ ବେହେରା, ସାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ, ସମିତି ସଭ୍ୟ କବିରାଜ ନାୟକ, କଂଗ୍ରେସ ନେତା ବୁଲା ଜେନା, ବିଜେପି ନେତା ନିରଞ୍ଜନ ସ୍ୱାଇଁ, ଗ୍ରାମ୍ୟ କମିଟି ସଭାପତି ଅନୁ ସ୍ୱାଇଁ, ଆୟୋଜକ ସଦସ୍ୟ ଗଦା ଧର ପ୍ରଧାନ, ସୁରେନ୍ଦ୍ର ନାଥ ତିଆଡି, ବିଷ୍ଣୁ ଚରଣ ନାୟକ,ମହେନ୍ଦ୍ର କୁମାର ଗୌଡ଼, ନିଲୁ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୬ ଟି ଦଳ ଭାଗ ନେଇଥିଲେ । ଶାଙ୍କୁଡା ଘରୋଇ ଟିମ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶିକ୍ଷକ ସୁରେନ୍ଦ୍ର ନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here