ପ୍ରକୃତି, ସଂସ୍କୃତି ଓ ପ୍ରଗତି ହଁ ବିଶ୍ବବିଦ୍ୟାଳୟ ପାଇଁ ଧ୍ୟେୟ

0
178

ବ୍ରହ୍ମପୁର, ୧୧/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର ୬ଟି ସ୍ନାତକୋତ୍ତର ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ଯ ଏକ ସ୍ବାଗତ ଉତ୍ସବ ଗତକାଲି ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ମୂଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ। ଅଭିଭାବକ, ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ର ବିଶ୍ବବିଦ୍ୟାଳୟ ପ୍ରତି ଥିବା ଦାୟିତ୍ୱବୋଧ ସମ୍ବନ୍ଧ ରେ ଆଲୋକପାତ କରି କହିଥିଲେ ଯେ, ପ୍ରକୃତି, ସଂସ୍କୃତି ଓ ପ୍ରଗତି ହଁ ବିଶ୍ବବିଦ୍ୟାଳୟ ପାଇଁ ଧ୍ୟେୟ ଅଟେ। ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ବିଶ୍ବବିଦ୍ୟାଳୟ ର ଆଭିମୁଖ୍ୟ ସଂପର୍କ ରେ ଆଲୋଚନା କରିଥିଲେ। ବିଶ୍ବବିଦ୍ୟାଳୟ ର ୬ଟି ବିଭାଗର ମୂଖ୍ଯ ଯଥା ଡ.ମୁତ୍ଯୁଞ୍ଜୟ ସ୍ବାଇଁ, ଡ. ବନ୍ଦିତା କୁମାରୀ ପଣ୍ଡା, ଡ. ସୁଶୀଳ କୁମାର ପାଠକ, ଡ. ବି. ଅଞ୍ଜନ କୁମାର ପୁଷ୍ଟି, ଡ. ଇକବାଲ ଭଟ୍ଟ ଏବଂ ମୁତ୍ଯୁଞ୍ଜୟ ସେଠୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବ ଦିଲ୍ଲିପ କୁମାର ବଳ, ବିତ୍ତ ନିୟନ୍ତ୍ରକ ମିନତୀ ସାହୁ, ପରିକ୍ଷା ନିୟନ୍ତ୍ରକ ଡ. ପବିତ୍ର ମୋହନ ନନ୍ଦ ବିଶ୍ବବିଦ୍ୟାଳୟ ର ସଫଳତା ଦିଗରେ ଆଲୋଚନା କରଥିଲେ। ଶେଷରେ ଅର୍ଥନୀତି ଓ ବ୍ଯବସାୟ ବିଭାଗ ସହକାରୀ ଅଧ୍ୟାପକ ଡ. ଶାରଦା ପ୍ରସାଦ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here