ସାଙ୍କୁଡା ରେ ସହିଦ୍ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ଯ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

0
119

ବ୍ରହ୍ମପୁର,୧୫/୦୨/୨୦୨୧: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡା ଗ୍ରାମରେ ସାଙ୍କୁଡା ଯୁବଗୋଷ୍ଠି ପକ୍ଷରୁ ପୁଲୱାମା
ଆତଙ୍କବାଦୀ ଆକ୍ରମଣରେ ସହିଦ୍ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଲାଗି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଙ୍କୁଡା ଧବଳେଶ୍ୱର ଶୈବ ପୀଠ ଠାରୁ ଉକ୍ତ କ୍ୟାଣ୍ଡେଲ ଶୋଭା ଆରମ୍ଭ ହୋଇ ସାରା ଗ୍ରାମ ପରିକ୍ରମା କରିଥିଲେ । ବନ୍ଦେ ମାତରମ୍ , ଭାରତ ମାତା କି ଜୟ ଓ ସହିଦ୍ ଯବାନ ଅମର ରହେ ଧ୍ଵନି ରେ ସାରା ଗାଁ ପ୍ରକମ୍ପିତ ହୋଇଥିଲା । ଯୁବକ ମାନେ ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରା କରିଥିଲେ । ଏଥିରେ ଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରମୋଦ ପଣ୍ଡା ଓ ଅଙ୍ଗାରଗାଁ ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସ୍ଵାଇଁ, ଯୁବ ନେତା ଆଲୋକ ଶତପଥୀ ପ୍ରମୁଖ ଯୋଗଦେଇ ଦେଇ ପୁଲୱାମା ଆକ୍ରମଣ ଘଟଣା ରେ ସହିଦ ଯବାନ ଙ୍କ ଉଦ୍ଧେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ, ଶ୍ରୀଗଣେଷ ମହାପାତ୍ର,ବିମଳ ସାହୁ,ଦିଲ୍ଲୀପ କୁମାର ସ୍ଵାଇଁ, ସୁଶାନ୍ତ ସାହୁ, ଚକ୍ରପାଣି ପଲାଇ, ତାରାପ୍ରସାଦ ପାଣିଗ୍ରାହୀ,ସର୍ଜନ ସାହୁ,ଜିତେନ୍ଦ୍ର ଦାସ , ଭଗବାନ ସାହୁ ସମେତ ଗ୍ରାମର ବହୁସଂଖ୍ୟାରେ ଯୁବକ ମାନେ ପ୍ରମୁଖ ଶୋଭାଯାତ୍ରା ରେ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here